ଲକ୍ଷ୍ନୌ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ୟୁପିରେ ଆସନ୍ତା ବିଧାନ ସଭା ନିର୍ବାଚନକୁକୁ ନେଇ ସରଗରମ ଜୋର। ନିର୍ବାଚନରେ ବାଜି ମାରିବା ପାଇଁ ୩ ମୁଖ୍ୟ ଦଳ କଂଗ୍ରେସ, ବିଜେପି ଏବଂ ସମାଜବାଦି ପାର୍ଟି ପକ୍ଷରୁ ଆରମ୍ଭ ହୋଇଛି କସରତ। ଏହିପରିପ୍ରେକ୍ଷୀରେ ଗତ ନିର୍ବାଚନରେ କ୍ଷମତା କେନ୍ଦ୍ରରୁ ନିର୍ବାସିତ ହୋଇଥିବା ସମାଜବାଦି ପାର୍ଟି ପୁଣିଥରେ ଶାସନକୁ ଫେରିବା ନେଇ ଦମ୍ଭୋକ୍ତି ରଖିଛନ୍ତି ଏହାର ମୁଖ୍ୟ ଅଖିଳେଶ ଯାଦବ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୪୦୩ଟି ଆସନରୁ ୪୦୦ ଜିତିବ।
ଅଖିଳେଶ କହିଛନ୍ତି ଯେ, ସେମାନେ ୪୭ରୁ ୩୧୨ ପର୍ଯ୍ୟନ୍ତ ଯାଇଥିଲେ। ଏବେ ୪୭ରୁ ୪୦୦ରେ ପହଞ୍ଚିବେ ବୋଲି କହିଛନ୍ତି। ରାଜ୍ୟରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି । ୟୁପିରେ ଜନସାଧାରଣ ଏଥର ବିଜେପିକୁ ପୋଛି ଦେବେ ବୋଲି ସେ କହିଛନ୍ତି । ସେହିପରି ୨୦୧୭ରେ କଂଗ୍ରେସ ସହ ମେଣ୍ଟ ଏକ ଭୁଲ ନିଷ୍ପତ୍ତି ଥିଲା ଲି ସେ କହିଛନ୍ତି । ଗତ ନିର୍ବାଚନରେ ଏକ ବଡ଼ ମିଶନ ଲକ୍ଷ୍ୟରେ ରାହୁଲ ଗାନ୍ଧିଙ୍କ ସହ ବୁଝାମଣା ଉଚିତ ନିର୍ଣ୍ଣୟ ନଥିଲା ବୋଲି ସେ କହିଛନ୍ତି ।
ଆମ ବିରୋଧରେ ବେଆଇନ ସମ୍ପତ୍ତି ମାମଲା ନେଇ ପିଆଇଏଲ ଦାଖଲ କରିଥିବା ଲୋକଙ୍କୁ କଂଗ୍ରେସ ଟଙ୍କା ଦେଇଥିଲା ବୋଲି ସେ କହିଛନ୍ତି। ତେବେ ୟୁପି ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଅଧିକ ସକ୍ରିୟ ରୁହନ୍ତୁ ବୋଲି ଅଖିଳେଶ କହିଛନ୍ତି । ବିଜେପିକୁ ଅଧିକ ଏକ୍ସପୋଜ୍ ପାଇଁ ତାଙ୍କ ଉପସ୍ଥିତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଖିଳେଶ କହିଛନ୍ତି।
The post ରାହୁଲ ଗାନ୍ଧିଙ୍କ ସହ ହାତ ମିଳାଇ ଭୁଲ ହୋଇଗଲା: ଅଖିଳେଶ appeared first on Odisha Reporter.
from Odisha Reporter https://ift.tt/3nfr1Rp
No comments:
Post a Comment