‘ରେଡିମେଟ୍‌ ବେବି’ କହି ପ୍ରିୟଙ୍କାଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ତସଲିମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 22, 2022

‘ରେଡିମେଟ୍‌ ବେବି’ କହି ପ୍ରିୟଙ୍କାଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ତସଲିମା

ମୁମ୍ବାଇ: ମା’ ହୋଇଛନ୍ତି ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ସେ ସରୋଗେସି ଜରିଆରେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ତେବେ ଏହାକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରସିଦ୍ଧ ଲେଖିବା ତସଲିମା ନସରିନ୍‌। ପ୍ରିୟଙ୍କାଙ୍କ ନାଁ ନେଇ ଟ୍ୱିଟ୍‌ ଜରିଆରେ ସେ ତାଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ହଲ୍‌ଚଲ ସୃଷ୍ଟି ହୋଇଛି।

ସରୋଗେସିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଲେଖିବା ତସଲିମା ନସ୍‌ରିନ୍‌। ସରୋଗେସି ମାଧ୍ୟମରେ ମାତୃତ୍ଵ ଲାଭ କରୁଥିବା ମା’ ମାନଙ୍କର ଭାବନା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ତସଲିମା ନସରିନ ଟ୍ଵିଟ୍ କରିଛନ୍ତି ଯେ, ‘ଯେଉଁମାନେ ସରୋଗେସି ମାଧ୍ୟମରେ ନିଜର ରେଡିମେଟ୍ ବେବି ପାଇଥାନ୍ତି, ସେହି ମା’ ମାନଙ୍କୁ କେମିତି ଲାଗିଥାଏ?  କ’ଣ ସେମାନଙ୍କ ମଧ୍ୟରେ ସେହି ଭାବନା ରହିଥାଏ, ଯାହା ଜଣେ ଜନ୍ମକଲା ମା’ ମନରେ ରହିଥାଏ ?’

ସେ ଆଉ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଗରିବ ମହିଳାଙ୍କ କାରଣରୁ ହିଁ ସରୋଗେସି ସମ୍ଭବ ହୋଇ ପାରୁଛି। ଧନୀ ଲୋକ ସର୍ବଦା ନିଜର ସ୍ଵାର୍ଥ ପାଇଁ ସମାଜରେ ଗରିବି ଦେଖିବାକୁ ଚାହାନ୍ତି। ଯଦି ଆପଣଙ୍କୁ ଶିଶୁ ପାଳିବାକୁ ଏତେ ଇଚ୍ଛା, ତେବେ ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ। ଶିଶୁଙ୍କୁ ଆପଣଙ୍କ ଗୁଣର ବିରାସତ ମିଳିବା ଉଚିତ୍। ଏହା କେବଳ ଏକ ସ୍ଵାର୍ଥୀ ଅହଙ୍କାରୀର ଅହଙ୍କାର।’

ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଏବେ ସୋଶାଲ ମିଡିଆରେ ବିବାଦ ଜୋର ଧରିଛି। ଅନେକ  ୟୁଜର୍ସ ତାଙ୍କର ଏଭଳି ଟ୍ୱିଟ୍‌କୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ଏହା ଜଣେ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ପସନ୍ଦ ଏବଂ ଅନେକ କ୍ଷେତ୍ରରେ ଡାକ୍ତରୀ କାରଣରୁ ଲୋକମାନେ ସରୋଗେସି ପାଇଁ ପସନ୍ଦ କରନ୍ତି।

ସୂଚନା ମତାବକ, ତସଲିମା ନିଜ ଟ୍ୱିଟ୍‌ରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଉଲ୍ଲେଖ କରିନାହାଁନ୍ତି। କିନ୍ତୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ଘୋଷଣା ପରେ ତାଙ୍କର ଏହି ଟୁଇଟ୍ ଆସିଛି। ପ୍ରିୟଙ୍କା ଏବଂ ନିକ ସରୋଗେସି ମାଧ୍ୟମରେ ବାପା ମା’ ହୋଇଥିଲେ ବୋଲି ଘୋଷଣା କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ, ସେଲିବ୍ରିଟି ଦମ୍ପତିଙ୍କର ଏକ ଶିଶୁ କନ୍ୟା ଅଛି ଯାହା ୧୨ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିଲା।

The post ‘ରେଡିମେଟ୍‌ ବେବି’ କହି ପ୍ରିୟଙ୍କାଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ତସଲିମା appeared first on Odisha Reporter.



from Odisha Reporter https://ift.tt/3qSIhhH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages