ନୂଆଦିଲ୍ଲୀ: ନିକଟରେ ମୁସଲମାନ ନେତାଙ୍କ ଦ୍ୱାରା ହିନ୍ଦୁମାନଙ୍କ ବିରୋଧରେ ଦିଆଯାଇଥିବା ଘୃଣା ଏବଂ ଅପମାନଜନକ ଭାଷଣ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସମ୍ମାନ ଏବଂ ନିରାପତ୍ତା ଦାବି କରି ଏକ ହିନ୍ଦୁ ସଂଗଠନ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି। ଆବେଦନରେ ହସ୍ତକ୍ଷେପ ଲୋଡିଛି ଏହି ହିନ୍ଦୁ ଫ୍ରଣ୍ଟ ପର୍ ଜଷ୍ଟିସ୍ ସେନା। ଏଥିସହ ଧର୍ମ ସଂସଦରେ ହେଟ୍ ସ୍ପିଚ୍ ଘଟଣାକୁ ନେଇ କରାଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି। ଧର୍ମ ସଂସଦ ମାମଲାରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଘୃଣ୍ୟ ଭାଷଣ ପାଇଁ ମୁସଲମାନ ନେତାମାନଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ ବୋଲି କହିଛି ହିନ୍ଦୁସେନା। ଏହା ବ୍ୟତୀତ ହିନ୍ଦୁ ସେନାକୁ ଆବେଦନରେ ପକ୍ଷକାର କରିବା ପାଇଁ ମଧ୍ୟ ଦାବି କରାଯାଇଛି।
ହିନ୍ଦୁ ସେନା ସଭାପତି ବିଷ୍ଣୁ ଗୁପ୍ତାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି,’ଘୃଣ୍ୟ ଭାଷଣ ଦେଇଥିବାରୁ ଅସଦୁଦ୍ଦିନ ଓୱେସି, ତୌକିର ରଜା, ସାଜିଦ ରଶିଦ, ଅମାନତୁଲ୍ଲା ଖାନ, ୱାରିସ ପଠାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ।’
ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀ ସାମ୍ବାଦିକ କୁର୍ବାନ ଅଲି ମୁସଲମାନ ସମ୍ପ୍ରଦାୟର ଅଟନ୍ତି। ସେମାନେ ହିନ୍ଦୁ ଧର୍ମ ସଂସଦ ସମ୍ବନ୍ଧୀୟ ବିଷୟ କିମ୍ବା କାର୍ଯ୍ୟକଳାପ ବିରୋଧରେ ଆପତ୍ତି ଉଠାଇବା ଉଚିତ୍ ନୁହେଁ। ହିନ୍ଦୁମାନଙ୍କର ଆଧ୍ୟାତ୍ମିକ ନେତାମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।
ଆବେଦନରେ ଆହୁରି କୁହାଯାଇଛି ଯେ, ‘ହିନ୍ଦୁ ଆଧ୍ୟାତ୍ମିକ ଗୁରୁମାନଙ୍କ ଦ୍ୱାରା ଧର୍ମ ସଂସଦ ଆୟୋଜନକୁ କୌଣସି ଅନ୍ୟ ଧର୍ମ ବା ଅସ୍ଥାର ବିରୋଧ ବୋଲି ଧରାଯାଇପାରିବ ନାହିଁ ଏବଂ ଏହାର ବିରୋଧ ମଧ୍ୟ କରାଯିବା ଉଚିତ ନାହିଁ। ଅଣ-ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ହିନ୍ଦୁ ସଂସ୍କୃତି ତଥା ସଭ୍ୟତା ଉପରେ ହୋଇଥିବା ଆକ୍ରମଣର ପ୍ରତିକ୍ରିୟାରେ ଧାର୍ମିକ ନେତାଙ୍କ ଏହା ବିବୃତ୍ତି ଥିଲା। ଏହିଭଳି ବିବୃତ୍ତି “ହେଟ୍ ସ୍ପିଚ୍” ଅଧୀନରେ ରହିବ ନାହିଁ। ପ୍ରତ୍ୟେକ ମନ୍ତବ୍ୟକୁ ଘୃଣା ଭାଷଣ ବା ହେଟ୍ ସ୍ପିଚ୍ ବିବେଚନା କରାଯାଇପାରିବ ନାହିଁ। ଭାରତର ସମ୍ବିଧାନ ସମସ୍ତ ଧର୍ମର ଅନୁଗାମୀମାନଙ୍କୁ ସମାନ ସୁରକ୍ଷା ପ୍ରଦାନ କରେ।’
ସୂଚନା ମୁତାବକ, ଗତ ସପ୍ତାହରେ ଉତ୍ତରାଖଣ୍ଡ ପୁଲିସ ଧର୍ମଗୁରୁ ୟତି ନରସିଂହାନନ୍ଦ ଏବଂ ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କୁ ଧର୍ମ ସଂସଦରେ ହେଟ୍ ସ୍ପିଚ୍ ମାମଲାରେ ଗିରଫ କରିଥିଲା।
ବାସ୍ତବରେ, ସାମ୍ବାଦିକ କୁର୍ବାନ୍ ଅଲ୍ଲୀ ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଞ୍ଜନା ପ୍ରକାଶଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନକୁ ଆଧାର କରି ଭାରତର ମୁଖ୍ୟ ବିଚାରପତି ଏନ.ଭି. ରମନ୍ନା ଦ୍ୱାରା ଗଠିତ ଖଣ୍ଡପୀଠ ଉତ୍ତରାଖଣ୍ଡ ସରକାର, କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।
The post ହେଟ୍ ସ୍ପିଚ୍ ମାମଲା: ‘ମୁସଲିମ ନେତାମାନଙ୍କୁ ମଧ୍ୟ ଗିରଫ କରାଯାଉ’ appeared first on Odisha Reporter.
from Odisha Reporter https://ift.tt/3tQvGxf
No comments:
Post a Comment