ମାଡ଼ିଗଲା ବିଦ୍ୟୁତ୍ ଚାଳିତ ବସ୍‌: ୬ ମୃତ, ୧୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 30, 2022

ମାଡ଼ିଗଲା ବିଦ୍ୟୁତ୍ ଚାଳିତ ବସ୍‌: ୬ ମୃତ, ୧୨ ଆହତ

କାନପୁର: ଏକ ବିଦ୍ୟୁତ୍ ଚାଳିତ ବସ୍ ଚଢ଼ି ଯିବାରୁ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର କାନପୁରରେ ଏହି ଘଟଣା ଘଟିଛି। ଟାଟା ମିଲ୍ କ୍ରସ୍‌ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।

ବସ୍‌ଟି ଦ୍ରୁତ୍ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ସହିତ ବସ୍‌ଟି ଏକାଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଥିଲା। ବସ୍ ଧକ୍କାରେ ତିନିଟି କାର ଓ ଅନେକ ବାଇକ୍ ନଷ୍ଟ ହୋଇଛି। ବସ୍‌ଟି ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ଅଟକିଥିଲା।

ଟାଟା ମିଲ୍ କ୍ରସ୍‌ରୋଡ୍ ନିକଟରେ ବସ୍‌ର ବ୍ରେକ୍‌ କାମ ନ କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି। ତାକୁ ଧରିବାକୁ ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି ପୂର୍ବ କାନପୁରର ଡେପୁଟି ପୁଲିସ୍ କମିଶନର ପ୍ରମୋଦ କୁମାର।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି।

The post ମାଡ଼ିଗଲା ବିଦ୍ୟୁତ୍ ଚାଳିତ ବସ୍‌: ୬ ମୃତ, ୧୨ ଆହତ appeared first on Odisha Reporter.



from Odisha Reporter https://ift.tt/cCO4fuKUF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages