ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 30, 2022

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୦୪ ଜଣ ଅଛନ୍ତି। ସେହିପରି ୧୯୩୪ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୩୯୫ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୮୫, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୪୬, ଭଦ୍ରକରୁ ୫୭, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୪୯, କଟକରୁ ୨୯୩, ଦେବଗଡ଼ରୁ ୬୭, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୭୦, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୭୪, କଳାହାଣ୍ଡିରୁ ୧୦୭, କନ୍ଧମାଳରୁ ୪୩, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୨୧, କୋରାପୁଟରୁ ୫୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୨୯, ପୁରୀରୁ ୫୬, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୧୧୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୩୭ ଓ ଷ୍ଟେଟ୍‌ ପୁଲ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୯୩ ହଜାର ୩୬୫ ଜଣ ସୁସ୍ଥ ହୋଇସାରିଛନ୍ତି। ୪୭,୨୧୦ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୬୧୨କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଲା appeared first on Odisha Reporter.



from Odisha Reporter https://ift.tt/erQgSdFkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages