କରୋନା କବଳରେ ୧୮ ଆଇପିଏସ୍‌ ସମେତ ଶତାଧିକ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 9, 2022

କରୋନା କବଳରେ ୧୮ ଆଇପିଏସ୍‌ ସମେତ ଶତାଧିକ ପୁଲିସ୍‌

ମୁମ୍ବାଇ: କରୋନା କବଳରେ ପଡ଼ୁଛନ୍ତି ସମ୍ମୁଖ ଯୋଦ୍ଧା। ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ସମେତ ପୁଲିସ୍‌ ବି କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଦେଶର ମାୟାନଗରୀ ମୁମ୍ବାଇରେ ଗତ ୪୮ ଘଣ୍ଟାରେ ୧୮ ଆଇପିଏସ୍‌ ଓ ୧୧୪ ପୁଲିସ୍‌ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦା ରାଜଧାନୀ ଦିଲ୍ଲୀରେ ୩ଶହରୁ ଅଧିକ ପୁଲିସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଏବେ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଦେଶରେ ଆଖି ପିଛୁଳାକେ ମାଡ଼ି ଚାଲିଛି କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଦେଶର ମାୟାନଗରୀ ମୁମ୍ବାଇରେ  ପ୍ରତିଦିନ ହାରାହାରି ୨୦ ହଜାରରୁ ଅଧିକ ମାମଲା ସାମନାକୁ ଆସୁଛି।

ଏହା ମଧ୍ୟରେ ରାଜ୍ୟର ୧୮ ଆଇପିଏସ୍‌ କରୋନା କବଳରେ ପଡ଼ି ଯାଇଛନ୍ତି। ଏହାବାଦ ଗତ ୪୮ ଘଣ୍ଟାରେ ରାଜ୍ୟରେ ସମୁଦାୟ ୧୧୪ ପୁଲିସ୍‌ କର୍ମୀ ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ମୁମ୍ବାଇ ପୁଲିସ୍‌ ତୁରଫରୁ ଏନେଇ ରବିବାର ସୂଚନା ଦିଆଯାଇଛି। ଏହାବାଦ ଗତ ୪୮ ଘଣ୍ଟା ମଧ୍ୟ ମଧ୍ୟରେ ୨ ପୁଲିସ୍‌ କର୍ମୀଙ୍କ ମୃତ୍ୟୁ ମଧ୍ୟ ହୋଇଛି।

୧୧୪ ପୁଲିସ୍‌ କର୍ମୀଙ୍କ ମଧ୍ୟରେ ୧୩ ଡିସିପି, ୪ ଅତିରିକ୍ତ ସିପି, ଜଣେ ସଂଯୁକ୍ତ ସିପି ମଧ୍ୟ ଅଛନ୍ତି।   ଏ ଯାଏ ମୁମ୍ବାଇ ପୁଲିସ୍‌ର ୧୨୫ କର୍ମଚାରୀ କରୋନା ଯୋଗୁ ଆଖି ବୁଜି ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୯, ୪୭୪ କେସ୍‌ ସାମନାକୁ ଆସିଥିବା ବେଳେ ୭ ମୃତ୍ୟୁ ହୋଇଛି । ମୁମ୍ବାଇରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୧୪,୫୭୨ରେ ପହଞ୍ଚି ସାରିଛି। ମୃତକଙ୍କ ସଂଖ୍ୟା ୧୬,୪୦୬ରେ ପହଞ୍ଚି ସାରିଛି।

ଏହାବାଦ ଦେଶର ରାଜଧାନୀ ଦିଲ୍ଲୀରେ ୩୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ କରୋନା କବଳରେ ପଡ଼ିଛନ୍ତି।  ଦିଲ୍ଲୀରେ ଗତକାଲି ୨୨,୭୫୧ ମାମଲା ସାମନାକୁ ଆସିଥିଲା । ଗତ ବର୍ଷ ମେ’ ୧ ପରେ ଏହା ଦିନକର ସବୁଠୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା।

The post କରୋନା କବଳରେ ୧୮ ଆଇପିଏସ୍‌ ସମେତ ଶତାଧିକ ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3zFEw1T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages