ରାଜ୍ୟରେ ଆଉ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୮ ଜଣ ୧୮ ବର୍ଷରୁ କମ୍ ବର୍ଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 9, 2022

ରାଜ୍ୟରେ ଆଉ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୮ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଅଛନ୍ତି। ସେହିପରି ୨୮୨୩ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୦୦୬ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧ ଓ ବାଲେଶ୍ୱରରୁ ୨୧୦ ଜଣ ପଜିଟି ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲାରୁ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୮୪, ଭଦ୍ରକରୁ ୬୯, ବଲାଙ୍ଗିରରୁ ୧୦୪, ବୌଦ୍ଧରୁ ୬, ଦେବଗଡ଼ରୁ ୧୯, ଢେଙ୍କାନାଳରୁ ୨୩, ଗଜପତିରୁ ୩୨, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୧୮୯, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୬୩, କୋରାପୁଟରୁ ୭୭, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୧୬୨, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୨୪, ନୂଆପଡ଼ାରୁ ୫୧, ପୁରୀରୁ ୧୩୦, ରାୟଗଡ଼ାରୁ ୮୨ ଓ ସୋନପୁରରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮କୁ ବୃଦ୍ଧି ପାଇଥିବା ବେଳେ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୦ ହଜାର ୫୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ ରାଜ୍ୟରେ ୮୪୬୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ ହଜାର ୭୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି।

The post ରାଜ୍ୟରେ ଆଉ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୮ ଜଣ ୧୮ ବର୍ଷରୁ କମ୍ ବର୍ଗର appeared first on Odisha Reporter.



from Odisha Reporter https://ift.tt/3HOO6lN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages