କରୋନା ବିରୋଧୀ ଲଢ଼େଇରେ ୨ ନୂଆ ଟ୍ରିଟମେଣ୍ଟ ସାମିଲ, WHO ଦେଲା ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 13, 2022

କରୋନା ବିରୋଧୀ ଲଢ଼େଇରେ ୨ ନୂଆ ଟ୍ରିଟମେଣ୍ଟ ସାମିଲ, WHO ଦେଲା ମଞ୍ଜୁରୀ

ପ୍ୟାରିସ: ସମଗ୍ର ବିଶ୍ୱରେ କରୋନା ମାମଲା ବଢ଼ି ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାର ତୃତୀୟ ଲହର ଖୁବ୍‌ କ୍ଷିପ୍ର ବେଗରେ ମାଡ଼ିବାରେ ଲାଗିଛି।  ଏହାର ମୁକାବିଲା ପାଇଁ WHO ୨ଟି ନୂଆ ପ୍ରକାର ଟ୍ରିଟମେଣ୍ଟକୁ ଅନୁମତି ଦେଇଛି।

 ବ୍ରିଟିଶ ମେଡିକାଲ ଜର୍ନାଲ ଅନୁଯାୟୀ,  WHO ବିଶେଷଜ୍ଞଙ୍କ କହିବାନୁଯାୟୀ, corticosteroids ସହ ବ୍ୟବହାର ହେଉଥିବା ଆର୍ଥରାଇଟସ୍‌ର ମେଡିସିନି baricitinibକୁ ଗୁରୁତର କରୋନା ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେଉଛି। ଏହି ମେଡିସିନର ବ୍ୟବହାର ଯୋଗୁ ଭେଣ୍ଟିଲେଟରର ଆବଶ୍ୟକତା ବିଶେଷ ପଡ଼ୁ ନାହିଁ।

ଏହାବାଦ, ବିଶେଷଜ୍ଞ  କରୋନା ଆକ୍ରାନ୍ତଙ୍କୁ ସିନ୍ଥେଟିକ ଆଣ୍ଟିବଡି ଟ୍ରିଟମେଣ୍ଟ Sotrovimab ଦେବା ପାଇଁ ମଧ୍ୟ ସୁପାରିସ କରିଛନ୍ତି। ଏହା କରୋନାରେ ଆକ୍ରାନ୍ତ ହୋଇଥିବା ବୟସ୍କ ତଥା ମଧୁମେହ ପରି ରୋଗ ପାଇଁ ଫଳପ୍ରଦ ସାବ୍ୟସ୍ତ ହେଉଛି।  

Corticosteroids ଟ୍ରିଟମେଣ୍ଟ ପାଇଁ ରୋଗୀଙ୍କୁ ବେଶି ଖର୍ଚ୍ଚନ୍ତ ହେବାକୁ ପଡ଼ୁ ନ ଥିବା ବେଳେ  ଏହା ରୋଗୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିବାରେ ସହାୟକ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି।  

ସୂଚନାଯୋଗ୍ୟ,  ଆର୍ଥରାଇଟସ୍‌ ମେଡିସିନି tocilizumab ଓ sarilumabର ବ୍ୟବହାର ପାଇଁ ଗତ ଜୁଲାଇରୁ ଅନୁମତି ମିଳି ସାରିଥିବା ବେଳେ ସିନ୍ଥେଟିକ ଆଣ୍ଟିବଡି ଟ୍ରିଟମେଣ୍ଟ Regeneronକୁ ଗତ ସେପ୍ଟେମ୍ବରରୁ ଅନୁମତି ମିଳିସାରିଛି।  କରୋନା ବିରୋଧୀ ଲଢ଼େଇରେ ଏହା କେତେ ଲାଭଦାୟକ ସାବ୍ୟସ୍ତ ହେବ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।

The post କରୋନା ବିରୋଧୀ ଲଢ଼େଇରେ ୨ ନୂଆ ଟ୍ରିଟମେଣ୍ଟ ସାମିଲ, WHO ଦେଲା ମଞ୍ଜୁରୀ appeared first on Odisha Reporter.



from Odisha Reporter https://ift.tt/3I2jiOx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages