ଭାରତୀୟଙ୍କ ପାଇଁ ଜାରି ହେଲା ନୂଆ ସର୍ତକ ସୂଚନା, ୟୁକ୍ରେନ ସୀମାକୁ ନ ଯିବାକୁ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 25, 2022

ଭାରତୀୟଙ୍କ ପାଇଁ ଜାରି ହେଲା ନୂଆ ସର୍ତକ ସୂଚନା, ୟୁକ୍ରେନ ସୀମାକୁ ନ ଯିବାକୁ ପରାମର୍ଶ

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଅଡ଼ୁଆ ଆହୁରି ବଢ଼ିଛି। ୟୁକ୍ରେନର ବାୟୁସୀମା ବନ୍ଦ ହୋଇଯାଇଥିବା ଭାରତ ସରକାର ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀ ଓ ନାଗରିକଙ୍କୁ ବିକଳ୍ପ ବାଟରରେ ସ୍ୱଦେଶ ଆଣିବାକୁ ଯୋଜନା କରିଛନ୍ତି।

ହଙ୍ଗେରୀ ଓ ରୋମାନିଆ ଦେଇ ସେମାନେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ଶହଶହ ଭାରତୀୟ ସୀମାନ୍ତ ଅଞ୍ଚଳକୁ ସଡ଼କ ପଥରେ ଯିବାରେ ଲାଗିଛନ୍ତି। ଗୋଟିଏ ପଟେ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ସଡ଼କ ପଥରେ ଭାରତୀୟମାନେ ସୀମାନ୍ତ ଅଞ୍ଚଳକୁ ଯିବା ନୂଆ ବିପଦ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ସୀମାନ୍ତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

ୟୁକ୍ରେନର କିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତରେ ଗୋଟିଏ ସତର୍କ ସୂଚନା ବା ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ୟୁକ୍ରେନରେ ଥିବା ଭାରତୀୟମାନେ ସରକାରୀ ଅଧିକାରୀଙ୍କ ବିନା ଯୋଗାଯୋଗରେ କୌଣସି ସୀମାନ୍ତ ଅଞ୍ଚଳକୁ ଯିବେ ନାହିଁ ବୋଲି କୁହଯାଇଛି।

ଭାରତୀୟମାନେ ପ୍ରଥମେ ହେଲ୍ପଲାଇନ ଓ କିଭ୍‌ ସ୍ଥିତ ଦୂତାବାସ ସହ ଯୋଗାଯୋଗ କରିବା ପରେ ହିଁ ସୀମାନ୍ତ ଅଞ୍ଚଳକୁ ଯିବେ। ବର୍ତ୍ତମାନ ବିଭିନ୍ନ ସୀମାନ୍ତ ଚେକପୋଷ୍ଟରେ ସମ୍ବେଦନଶୀଳ ସ୍ଥିତି ସୃଷ୍ଟି ହୋଇଛି। ପଡ଼ୋଶୀ ଦେଶଗୁଡ଼ିକରେ ଥିବା ଦୂତାବାସଗୁଡ଼ିକ ସହ ନିୟମିତ ଭାବେ ଅଧିକାରୀମାନେ କାମ କରୁଛନ୍ତି।

ପ୍ରାକ୍‌ ସୂଚନା ନ ଦେଇ ସୀମାନ୍ତ ଅଞ୍ଚଳରେ ପହଞ୍ଚୁଥିବା ଭାରତୀୟଙ୍କୁ ସହଯୋଗ କରିବାରେ ଦୂତାବାସ ଅଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କେହି ବି ବିନା ଅନୁମତିରେ ସୀମାନ୍ତ ଅଞ୍ଚଳକୁ ଯାଆନ୍ତୁ ନାହିଁ।


ୟୁକ୍ରେନର ପଶ୍ଚିମପ୍ରାନ୍ତରେ ଥିବା ଭାରତୀୟମାନଙ୍କୁ ପାଣି, ଖାଦ୍ୟ ଓ ସୁରକ୍ଷିତ ଭାବେ ରହିବାର ବ୍ୟବସ୍ଥା ରହିଛି। ତେଣୁ ସୁରକ୍ଷିତ ଭାବେ ରହିଥିବା ଲୋକମାନେ ସ୍ଥିତିର ଯାଞ୍ଚ ନ କରି ତରବରିଆ ଭାବେ ଚେକପୋଷ୍ଟ ନିକଟକୁ ଆସନ୍ତୁ ନାହିଁ। ପୂର୍ବ ସେକ୍ଟରରେ ଥିବା ଭାରତୀୟମାନେ ଏବେ ଯେଉଁଠି ଅଛନ୍ତି, ସେଇଠାରେ ହିଁ ରୁହନ୍ତୁ।

ପରବର୍ତ୍ତୀ ନିର୍ଦ୍ଦେଶ ମଧ୍ୟ ସେମାନେ ଅପେକ୍ଷା କରନ୍ତୁ ଓ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଯଥା ସମ୍ଭବ ଘର ଭିତରେ ଓ ଶେଲ୍ଟର ହୋମରେ ସେମାନେ ରହିବାକୁ ଚେଷ୍ଟା କରିବା ଦରକାର। ସେମାନେ ଅଯଥା ଯାତାୟାତ କରନ୍ତୁ ନାହିଁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

The post ଭାରତୀୟଙ୍କ ପାଇଁ ଜାରି ହେଲା ନୂଆ ସର୍ତକ ସୂଚନା, ୟୁକ୍ରେନ ସୀମାକୁ ନ ଯିବାକୁ ପରାମର୍ଶ appeared first on Odisha Reporter.



from Odisha Reporter https://ift.tt/n3iov4U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages