ମୁମ୍ବାଇ: ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ। ବୋମା ବର୍ଷଣ ହେଉଛି, ରକେଟ ମାଡ ବି ଚାଲିଛି। ପୂରା ଦେଶର ୩ ପଟୁ ଘେରି ରହିଛନ୍ତି ରୁଷ ସେନା। ଏହାକୁ ନେଇ ଚାରିଆଡେ ଅଶାନ୍ତ ପରିସ୍ଥିତି ଲାଗି ରହିଛି। ଏହି ଯୁଦ୍ଧର ପ୍ରଭାବ ଏବେ ନବଜାତ ଶିଶୁଙ୍କ ଉପରେ ମଧ୍ୟ ପଡିଛି। ଯେଉଁ ନବଜାତ ଶିଶୁ ହସ୍ପିଟାଲରେ ରହିବା କଥା କିନ୍ତୁ ସେମାନେ ଏବେ ବୋମା ଶେଲ୍ଟର ଭିତରେ ମୃତ୍ୟୁ ଆଉ ଜୀବନ ସହ ସଙ୍ଘର୍ଷ କରୁଛନ୍ତି। ଏଭଳି କିଛି ଭୟଙ୍କର ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଛି। ଏହି ଫଟୋକୁ ଶେଆର କରିଛନ୍ତି ବଲିଉଡ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।
ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଅନେକ ବଲିଉଡ ସେଲେବ୍ରିଟି ନିଜ ନିଜ ଭାବନା ବ୍ୟକ୍ତି କରୁଛନ୍ତି। ଏହାରି ଭିତରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ବିକଳରେ ଜୀବନ ବଞ୍ଚାଇବା ପାଇଁ ଘୁରିବୁଲୁଥିବା ୟୁକ୍ରେନବାସୀଙ୍କ ଦୁଃଖ ସହିପାରିନାହାନ୍ତି। ସୋଶାଲ ମିଡିଆ ଜରିଆରେ ୟୁକ୍ରେନବାସୀଙ୍କ ସେ ଯନ୍ତ୍ରଣା ବଖାଣିଛନ୍ତି। ଗତ କିଛି ଘଣ୍ଟା ତଳେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ୟୁକ୍ରେନ୍ବାସୀ କିଭଳି ବୋମା ଶେଲ୍ଟର ଭିତରେ ଜୀବନ ବିତାଉଛନ୍ତି ତା’ର ଭୟଙ୍କର ଚିତ୍ର ବିଶ୍ୱବାସୀଙ୍କ ଆଗରେ ରଖିଛନ୍ତି ପ୍ରିୟଙ୍କା।
ସେହିପରି ଆଜି ଆଉ ଏକ ଫଟୋ ଶେଆର କରିଛନ୍ତି ପ୍ରିୟଙ୍କା। ବୋମା ଶେଲ୍ଟର ଭିତରେ ନବଜାତ ଶିଶୁମାନଙ୍କୁ କିଭଳି ଅବସ୍ଥାରେ ରଖାଯାଇଛି ତାହା ଏହି ଫଟୋରେ ଦେଖିବାକୁ ମିଳିଛି। ଆଉ ଏହି ନବଜାତ ଶିଶୁଙ୍କୁ ୟୁକ୍ରେନର ଏକ ହସ୍ପିଟାଲର ନର୍ସ ଚିକିତ୍ସା ଚଳାଇଥିବା ନଜର ଆସିଛନ୍ତି। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଭଳି ସମସ୍ତଙ୍କୁ ପ୍ରଭାବିତ କରୁଛି, ତା’ର ଏକ ଉଦାହରଣ ହେଉଛି ଫଟୋ।
ୟୁକ୍ରେନ୍ର ଏକ ହସ୍ପିଟାଲରୁ ନବଜାତ ଶିଶୁମାନଙ୍କୁ ବୋମା ଶେଲ୍ଟର ଭିତରକୁ ସିଫ୍ଟ କରାଯାଇଛି। ଏହି ବୋମା ନିରୋଧୀ ଆଶ୍ରୟସ୍ଥଳଟି ୟୁକ୍ରେନ୍ର Dnipro ସହରର ଲୋୟର ଲେବୁଲ ହସ୍ପିଟାଲ ଭିତରେ ହିଁ ତିଆରି କରାଯାଇଛି, ଯାହାକୁ ରୁଷ ଟାର୍ଗେଟ କରିଥିଲା। ଏହା ପୂର୍ବରୁ ପ୍ରିୟଙ୍କା ୟୁକ୍ରାନ୍ବାସୀଙ୍କ ଚିନ୍ତାରେ ଏକ ଇମୋସନାଲ ପୋଷ୍ଟ ଶେଆର କରିଥିଲେ। ଏଥିରେ ସେ ନିର୍ଦ୍ଦୋଶ ବ୍ୟକ୍ତିଙ୍କ ପ୍ରତି ନିଜ ଭୟ ଜାହିର କରିଥିଲେ।
The post ବୋମା ଶେଲ୍ଟରରେ ନବଜାତ ଶିଶୁ, ୟୁକ୍ରେନ୍ବାସୀଙ୍କ ଯନ୍ତ୍ରଣା ବଖାଣିଲେ ପ୍ରିୟଙ୍କା appeared first on Odisha Reporter.
from Odisha Reporter https://ift.tt/Z7245GQ
No comments:
Post a Comment