ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରୟଣ ଦେବଙ୍କ ପରଲୋକ ହୋଇଯାଇଛି। ବୁଧବାର ରାତି ୧୧ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।
ଉଦୟ ନାରାୟଣ ଦେବ ୧୯୩୫ ମସିହା ଅକ୍ଟୋବର ମାସ ୨୦ ତାରିଖରେ ପୋଡ଼ାମାରିଗଡ଼ରେ ଜନ୍ମ ହୋଇଥିଲେ। ସେ ତିନି ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୧୯୭୪ରେ ଉଦୟ ନାରାୟଣ ଦେବ ଉତ୍କଳ କଂଗ୍ରେସ ଟିକେଟ୍ରେ ବିଜୟ ହୋଇଥିବା ବେଳେ ୧୯୭୭ରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୧୯୮୦ରେ ସେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଏହା ସହିତ ସ୍ୱର୍ଗତ ଉଦୟ ନାରାୟଣ ଦେବଙ୍କର ଆଉ ଏକ ପରିଚୟ ଥିଲା। ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା।
ଉଦୟ ନାରାୟଣ ଦେବଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
The post ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/x84P5dM9Y
No comments:
Post a Comment