କୋରାପୁଟ(ଓଡ଼ିଶା ରିପୋର୍ଟର): ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଆଇଆଇସି ରଂଜିତ ସାହୁ । ଗତ ମାସ ୧୪ ତାରିଖରେ ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ପ୍ରାୟ ଦେଢ କେଜିରୁ ଅଧିକ ସୁନା ଲୁଟ୍ ହୋଇଥିବା ବେଳେ ଏହି ଘଟଣାରେ ତାଙ୍କୁ ସସ୍ପେଣ୍ଡ ହେବାକୁ ପଡ଼ିଛି। ଲୁଟେରାଜଣକ ସୁନା ବିକିଥିବା ଲୋକକୁ ଭଲ ଭାବେ ଜାଣିଥିଲେ ଆଇଆଇସି । ତଥାପି ଏନେଇ ସେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରି ନ ଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଡିଜିପି ତାଙ୍କ ବିରୋଧରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।
ସୂଚନା ଅନୁସାରେ, ଗତ ମାସ ୧୪ ତାରିଖରେ ଏସ୍ବିଆଇ ଲକରରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଲକ୍ଷ୍ମୀପୁର ଥାନା ପୁଲିସ୍ ଜଣେ ଲୁଟେରାକୁ଼ ଗିରଫ କରିଥିଲା। ତାକୁ ପଚରାଉଚରା କରିବା ପରେ ନାରାୟଣପାଟଣାରେ ଜଣେ ଲୋକ ତା’ ପାଖରୁ ୪୦୦ ଗ୍ରାମ ସୁନା କିଣିଥିବା ଲୁଟେରାଜଣକ କହିଥିଲା।
ଲକ୍ଷ୍ମୀପୁର ପୁଲିସ୍ ଘଟଣାର ତଦନ୍ତ କରିବା ପରେ ସୁନା କିଣିଥିବା ବ୍ୟକ୍ତିଙ୍କ ସହ ନାରାୟଣପାଟଣା ଆଇଆଇସିଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଆଇଆଇସି ରଂଜିତ ସାହୁ ଅଭିଯୁକ୍ତକୁ ଜାଣିଥିଲେ ମଧ୍ୟ ଏନେଇ ସେ ଲକ୍ଷ୍ମୀପୁର ପୁଲିସ୍କୁ ଅବଗତ କରାଇ ନ ଥିଲେ। ନାରାୟଣପାଟଣା ଆଇଆଇସିଙ୍କ ବାଦ ଉକ୍ତ ଥାନାର ହୋମଗାର୍ଡ ଗୋପାଳ ରେଡ୍ଡି ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ତେଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଡିଜିପି କହିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୧୪ ତାରିଖରେ ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ୧ କେଜି ୬୦୦ଗ୍ରାମ୍ ସୁନା ଚୋରି ହୋଇଥିଲା। ଏନେଇ ଲକ୍ଷ୍ମୀପୁର ଏସ୍ବିଆଇ ଶାଖା ପରିଚାଳକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଲୁଟେରାକୁ ଗିରଫ କରିଥିଲା। ଏହାପରେ ଘଟଣାର ଖୋଳତାଡ଼ କରୁ କରୁ ଏପରି ଘଟଣା ନଜରକୁ ଆସିଛି।
The post ଅଭିଯୁକ୍ତକୁ ଜାଣି ବି ଚୁପ୍ ଥିଲେ ଆଇଆଇସି, ଶେଷରେ ସସ୍ପେଣ୍ଡ ହେଲେ appeared first on Odisha Reporter.
from Odisha Reporter https://ift.tt/0jsxTmWr3
No comments:
Post a Comment