ନୂଆଦିଲ୍ଲୀ: କର୍ଣ୍ଣାଟକରେ ଉଠିଥିବା ହିଜାବ ଝଡ଼ ଏବେ ସୁଦୂର ଆମେରିକାରେ ପହଞ୍ଚିଲାଣି। ବିଭିନ୍ନ ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ ନଜର ରଖିଥିବା ଆମେରିକୀୟ ସଂସ୍ଥା ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା (International Religious Freedom-IRF) ପକ୍ଷରୁ ଏହା ଉପରେ ଦିଆଯାଇଛି ବିବୃତି। ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ସରକାରଙ୍କୁ ସମାଲୋଚନା କରିଛି ଏହି ସଂସ୍ଥା। IRF ରାଜଦୂତ ରଶଦ ହୁସୈନ କର୍ଣ୍ଣାଟକ ବିବାଦ ପ୍ରସଙ୍ଗ ଉଠାଇ, ସ୍କୁଲରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ଧାର୍ମୀୟ ସ୍ୱତନ୍ତ୍ରତାର ଉଲ୍ଲଘଂନ ବୋଲି ସଫା ସଫା କହିଛନ୍ତି।
ରଶଦ ହୁସୈନଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଧାର୍ମିକ ସ୍ୱତନ୍ତ୍ରତା ନିୟମ ଅନୁଯାୟୀ, ସମସ୍ତଙ୍କୁ ନିଜ ନିଜ ଧାର୍ମିକ ପୋଷାକ ବାଛିବାର ଅଧିକାର ଅଛି। ତେଣୁ କିଏ କିପରି ଧାର୍ମିକ ପୋଷାକ ପିନ୍ଧିବ ସେ ସିଦ୍ଧାନ୍ତ କର୍ଣ୍ଣାଟକ ସରକାର ନେବା ଉଚିତ ନୁହେଁ। ତେଣୁ ସ୍କୁଲରେ ହିଜାବ ଉପରେ ପ୍ରତିବନ୍ଧ ଧର୍ମୀୟ ସ୍ୱତନ୍ତ୍ରତାର ଉଲ୍ଲଘଂନ ଅଟେ। ଦୁନିଆର ବିଭିନ୍ନ କୋଣରେ ଧାର୍ମିକ ସ୍ୱତନ୍ତ୍ରତା ସମ୍ପର୍କୀତ ଘଟଣାରେ ବିଭିନ୍ନ ଟିପ୍ପଣୀ ଦେଉଥିବା ଆମେରିକାର ଆନ୍ତଃରାଷ୍ଟ୍ରୀୟ ଧାର୍ମିକ କାର୍ଯ୍ୟାଳୟ ଅଧୀନରେ ରଶଦ ହୁସୈନଙ୍କ କାର୍ଯ୍ୟାଳୟ ବି ଆସୁଛି।
ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ କିଛି ବି ଧାର୍ମିକ ପୋଷାକ ପିନ୍ଧି ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି କିଛି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟରେ ଆସନ୍ତା ସୋମବାରଠୁ ପୁଣି ଥରେ ଏହି ମାମଲାରେ ଶୁଣାଣି ଆରମ୍ଭ ହେବ । ଇତି ମଧ୍ୟରେ ସ୍କୁଲ, କଲେଜ ଖୋଲିବାକୁ ଆଉ କିଛି ଦିନ ଘୁଞ୍ଚାଇ ଦିଆଯାଇଛି।
The post କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କଲା ଆମେରିକୀୟ ସଂସ୍ଥା, କହିଲା- ସମସ୍ତେ ବାଛିପାରିବେ ଧାର୍ମିକ ପୋଷାକ appeared first on Odisha Reporter.
from Odisha Reporter https://ift.tt/sSDWA5G
No comments:
Post a Comment