ବିନିକା(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ବନ୍ଧୁକ, ଛୁରୀ ଦେଖାଇ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ମିନାକ୍ଷୀ ଦେହେରୀ । ସ୍ୱାମୀ ରାଜେଶ ଦେହେରୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମିନାକ୍ଷୀ ।
ମିନାକ୍ଷୀ କରିଥିବା ଅଭିଯୋଗ ଅନୁଯାୟୀ, ସେ ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତକାଲି ସ୍ୱାମୀଙ୍କ ସହ ସକମା ଗାଁରେ ପ୍ରଚାର କରୁଥିଲେ । ଏହି ସମୟରେ ସୁରେଶ ପୁଜାହାରୀ ନାମକ ବିରୋଧୀ ଦଳ ବ୍ୟକ୍ତି ନିଜ ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। ଏହାପରେ ଛୁରୀ ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏପରିକି ଉଭୟଙ୍କୁ ହତ୍ୟା ଧମକ ସହ ନିର୍ବାଚନ ନ ଲଢ଼ିବାକୁ ଚେତାବନୀ ଦେଇଥିଲେ ବୋଲି ବିନିକା ଥାନାରେ ଅଭିଯୋଗ କରିଛନ୍ତି ମିନାକ୍ଷୀ ।
ଏହା ଦେଖି ସୁରେଶ ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ବେଳେ ସେମାନେ ତାଙ୍କୁ ଉଠାଇ ନେଇଛନ୍ତି। ଏପରିକି ଗତକାଲିଠୁ ତାଙ୍କ ପତ୍ତା ମିଳୁ ନ ଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମିନାକ୍ଷୀ। ହେଲେ ପୁଲିସ୍ ତାଙ୍କୁ କୌଣସି ପ୍ରକାର ସହଯୋଗ କରୁ ନ ଥିବା ଏପରିକି ଅଭିଯୋଗ ରଖୁ ନ ଥିବା ଅଭିଯୋଗ ଆଣିଛନ୍ତି ମିନାକ୍ଷୀ।
ହେଲେ ବିନିକା ଥାନା ଆଇଆଇସି ମିନାକ୍ଷୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।
The post ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସାଂଘାତିକ ଅଭିଯୋଗ- ଆଖି ଆଗରୁ ମୋ ସ୍ୱାମୀଙ୍କୁ ଉଠାଇ ନେଲେ appeared first on Odisha Reporter.
from Odisha Reporter https://ift.tt/7QM9Ejv
No comments:
Post a Comment