ଭିଜିଲାନ୍ସ ଜାଲରେ ପଡ଼ିଗଲେ ପୁଲିସ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 4, 2022

ଭିଜିଲାନ୍ସ ଜାଲରେ ପଡ଼ିଗଲେ ପୁଲିସ୍‌ ବାବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଗଲେ ପୁଲିସ୍‌ ବାବୁ । ଲାଞ୍ଚ ନେଉ ନେଉ ଧରା ପଡ଼ିଗଲେ କମିଶନରେଟ୍ ପୁଲିସ୍‌ ଏଏସ୍ଆଇ । ବାବୁଜଣକ ହେଉଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏସଏସଆଇ ରବି ସାହୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ଜଣେ ଖାଦ୍ୟ ବ୍ୟବସାୟୀଙ୍କୁ ମିଛ କେଶରେ ଫସାଇବାର ଧମକ ଦେଇ ସେ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ତାଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା।

ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗତକାଲି ର଼େଡ୍ ହ୍ୟାଣ୍ଡ ଧରିବା ସହ ୫ ହଜାର ଟଙ୍କା ଜବତ କରିଥିଲା । ଅଭିଯୁକ୍ତ ରବି ସାହୁଙ୍କ ନାଁରେ ଏକ କେସ୍ ରୁଜୁ ହେବା ସହ ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

The post ଭିଜିଲାନ୍ସ ଜାଲରେ ପଡ଼ିଗଲେ ପୁଲିସ୍‌ ବାବୁ appeared first on Odisha Reporter.



from Odisha Reporter https://ift.tt/MHgTYUN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages