ପଞ୍ଚମଥର ଅଣ୍ଡର-୧୯ ବିଶ୍ୱକପ୍ ଜିତିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 5, 2022

ପଞ୍ଚମଥର ଅଣ୍ଡର-୧୯ ବିଶ୍ୱକପ୍ ଜିତିଲା ଭାରତ

ନର୍ଥ ସାଉଣ୍ଡ: ଅଣ୍ଡର୍‌-୧୯ ବିଶ୍ୱକପରେ ପୁଣି ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ। କ୍ରମାଗତ ପଞ୍ଚମଥର ଯୁବ ବିଶ୍ୱକପ୍ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପର ହାଇଭୋଲଟେଜ୍ ଫାଇନାଲରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପରାସ୍ତ ଚାମ୍ପିୟନ୍ ହୋଇଛି। ପରାଜୟ ସହ ଇଂଲଣ୍ଡର ୨୪ ବର୍ଷ ପରେ ଟ୍ରଫି ଜିତିବାର ଆଶା ମଉଳି ଯାଇଛି।

ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଲଣ୍ଡ ୪୪.୫ ଓଭରରେ ୧୮୯ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତକୁ ମଧ୍ୟ ଲକ୍ଷ୍ୟର ପିଛା କରିବା ସହଜ ହୋଇନଥିଲା। ନିଶାନ୍ତ ସିନ୍ଧୁଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଭାରତ ୪୭.୪ ଓଭରରେ ୬ ୱିକେଟ୍ ହରାଇ ୧୯୫ ରନ୍ କରି ମୁକାବିଲାକୁ ଜିତି ନେଇଛି। ସିନ୍ଧୁ ୫୪ ବଲରେ ୫ ଚୌକା ଓ ୧ ଛକା ସହ ୫୦ ରନ୍ କରି ଅପରାଜିତ ଥିଲେ।

ଇଂଲଣ୍ଡ ଯଦିଓ ବ୍ୟାଟିଂରେ ନିରାଶ କରିଥିଲା, କିନ୍ତୁ ବୋଲିଂରେ ସେମାନେ ଭାରତକୁ ଆରମ୍ଭରୁ ଶେଷ ଯାଏ ବାନ୍ଧି ରଖିଥିଲେ। ଯେଉଁ କାରଣରୁ ଭାରତକୁ ରନ୍ ଚେଜ୍ କରିବା ସହଜ ହୋଇନଥିଲା। ଭାରତ ଏହାକୁ ମିଶାଇ ମୋଟ ୫ଥର (୨୦୦୦, ୨୦୦୮, ୨୦୧୨, ୨୦୧୮, ୨୦୨୨) ବିଶ୍ୱକପ୍ ଟ୍ରଫି ଜିତିଛି। ଇଂଲଣ୍ଡ ୧୯୯୮ରେ ଏକମାତ୍ର ଟାଇଟଲ୍ ଜିତିଥିଲା।

୧୯୦ ରନର ସହଜ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତ ପାଇଁ କାଠିକର ପାଠ ହୋଇଥିଲା। ଓପ୍ନର ତଥା ଇନଫର୍ମ ଅଙ୍ଗକ୍ରିଶ ରଘୁବଂଶୀ ଖାତା ଖୋଲି ପାରିନଥିବା ବେଳେ ହରନୁର ସିଂହ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଭାଇସ୍ କ୍ୟାପଟେନ୍ ଶେକ ରଶିଦ୍ ଆଉଏକ ଅର୍ଦ୍ଧଶତକ ମାରିଥିଲେ ହେଁ ଶେଷ ପର୍ଯ୍ୟନ୍ତ ରହିନଥିଲେ। ସେ ୫୦ ରନ୍ କରି ସେଲ୍ସଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ୟଶ ଧୂଲ (୧୭) ମଧ୍ୟ ନିରାଶ କରିଥିଲେ। ତେବେ ନିଶାନ୍ତ ଓ ବୋଲିଂରେ କମାଲ୍ କରିଥିବା ରାଜ ବାୱା ପଞ୍ଚମ ୱିକେଟ୍ ପାଇଁ ୬୭ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତ ବିଜୟକୁ ସହଜ କରି ଦେଇଥିଲେ।

ରାଜ ୩୪ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ କୌଶଲ ତାମ୍ବେ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ନିଶାନ୍ତ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ଏବଂ ଭାରତକୁ ଜିତାଇଥିଲେ। ତାଙ୍କୁ ଦିନେଶ ବାନା ମଧ୍ୟ ଭରପୂର ସହଯୋଗ କରିଥିଲେ। ଦିନେଶ ମାତ୍ର ୫ ବଲରେ ୨ ଛକା ସହ ୧୩ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ଜୋଶୁଆ ବୟଡେନ୍‌, ଜେମ୍ସ ସେଲ୍ସ ଓ ଥୋମାସ୍ ଅସ୍ପିନୱାଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତର ବାମହାତୀ ପେସର ରବି କୁମାର ଇଂଲଣ୍ଡ ଓପ୍ନର ଜାକବ ବେଥେଲ (୨)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍ ଟମ୍ ପ୍ରିଷ୍ଟ ଖାତା ଖୋଲିବା ପୂର୍ବରୁ ରବି କୁମାରଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ଦ୍ରୁତ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୨୭ ରନ୍ କରି ରାଜ ବାୱାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହା ରାଜ ୧୩ଶ ଓଭରର ପଞ୍ଚମ ବଲରେ ୱିଲିୟମ ଲକ୍ସଟନ୍ (୪) ଓ ଷଷ୍ଠ ବଲରେ ଜର୍ଜ ବେଲ (୦)ଙ୍କୁ ଆଉଟ୍ କରି ଇଂଲଣ୍ଡର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ରେହାନ ଅହମ୍ମଦ (୧୦) ଓ ଆଲେକ୍ସ ହର୍ଟନ (୧୦)ଙ୍କୁ କୌଶଲ ତାମ୍ବେ ଆଉଟ କରିବାରେ ସଫଳ ହୋଇଥିଲେ। ୯୧ ରନରେ ୭ ୱିକେଟ୍ ହରାଇ ଇଂଲଣ୍ଡ ସଂକଟରେ ପଡ଼ିଥିଲା ବେଳେ ଜେମ୍ସ ରିଉ ଓ ଜେମ୍ସ ସେଲ୍ସ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରିଉ ସକାରାତ୍ମକ ବ୍ୟାଟିଂ କରି ଇଂଲଣ୍ଡର ରନ୍ ଗତି ଜାରି ରଖିଥିବା ବେଳେ ତାଙ୍କୁ ସେଲ୍ସ ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୯୩ ରନର ବଡ଼ ଭାଗିଦାରୀ କରି ଇଂଲଣ୍ଡକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

ଶତକ ଆଡ଼କୁ ଅଗ୍ରସର ହେଉଥିବା ରିଉଙ୍କୁ ଆଉଟ୍ କରି ରବି କୁମାର ଭାରତକୁ ବ୍ରେକଥ୍ରୁ ଦେଇଥିଲେ। ରିଉ ୧୧୬ ବଲରେ ୧୨ ଚୌକା ସହ ୯୫ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ଇଂଲଣ୍ଡ ଇନିଂସକୁ ଶେଷ କରିବା ଭାରତ ପାଇଁ ସହଜ ହୋଇଥିଲେ। ରବି କୁମାର ଇଂଲଣ୍ଡ ନବମ ଏବଂ ରାଜ ବାୱା ଦଶମ ୱିକେଟ୍ ନେଇଥିଲେ। ସେଲ୍ସ ୩୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ରାଜ ୩୧ ରନ୍ ଦେଇ ୫ଟି ଓ ରବି କୁମାର ୩୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

The post ପଞ୍ଚମଥର ଅଣ୍ଡର-୧୯ ବିଶ୍ୱକପ୍ ଜିତିଲା ଭାରତ appeared first on Odisha Reporter.



from Odisha Reporter https://ift.tt/6Qjvonp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages