ଭୋଟ୍ ପାଇଁ ଲାଞ୍ଚ! ବିଜେଡି ବିଧାୟକଙ୍କ ଗାଡ଼ିରୁ ୨୮୪ ଶାଢ଼ି, ୫୦୦ ଟାଓ୍ୱଲ୍ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 12, 2022

ଭୋଟ୍ ପାଇଁ ଲାଞ୍ଚ! ବିଜେଡି ବିଧାୟକଙ୍କ ଗାଡ଼ିରୁ ୨୮୪ ଶାଢ଼ି, ୫୦୦ ଟାଓ୍ୱଲ୍ ଜବତ

ନବରଙ୍ଗପୁର (ନବଘନ ବିଷୋୟୀ): ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କେହି କେହି ଟଙ୍କାର ପ୍ରଲୋଭନ ବି ଦେଖାଉଛନ୍ତି। ପୁଣି ଆଉ କିଏ ଶାଢ଼ି, ଟାଓ୍ୱଲ୍ ଓ ଟରକିସ୍‌ ବାଣ୍ଟି ଭୋଟ୍‌ ହାତେଇବାକୁ ଚେଷ୍ଟା କରୁଛି। ଗତକାଲି ବିଜେଡି ବିଧାୟକ ତଥା ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ି, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ପରେ ତାଙ୍କ ଗାଡ଼ିକୁ ଜବତ କରିଛନ୍ତି ପାପଡ଼ାହାଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ତଥା ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ। ବିଧାୟକଙ୍କ ଗାଡ଼ିକୁ ଥାନାକୁ ଅଣାଯାଇ ତହସିଲଦାରଙ୍କ ଦାରଙ୍କ ଉପସ୍ଥିତିରେ ୨୮୪ଟି ଶାଢ଼ି, ୫୦୦ଟି ଟାଓ୍ୱଲ୍, ୧୫୮ଟି ଟର୍କିସ୍ ଓ ୧୬୨ଟି ଉତ୍ତରୀୟ ଜବତ କରାଯାଇଛି।  ଅନ୍ୟପକ୍ଷରେ ରାଜନୀତିକ ଚକ୍ରାନ୍ତ କହି ବିଧାୟକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏକ ସଭାରେ ଲୋକଙ୍କୁ ଶାଢ଼ି, ଟାଓ୍ୱଲ୍, ଟର୍କିସ୍ ଓ ଉତ୍ତରୀୟ ବାଣ୍ଟି ଅନ୍ୟ ଏକ  ଗାଁକୁ ଯାଉଥିଲେ। ଏହି ସମୟରେ କଣ୍ଟାବାଲ ପଞ୍ଚାୟତର ରଣ୍ଡାଗୁଡ଼ା ନିକଟରେ ସ୍ଥାନୀୟ ଲୋକେ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ। ପରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ପାପଡ଼ାହାଣ୍ଡି ଜିଲ୍ଲା ପରିଷଦ ଜୋନ ୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ମାଝୀ ସେଠାରେ ପହଞ୍ଚି ଏହି ବିଷୟରେ ପୁଲିସ ଓ ପାପଡ଼ାହାଣ୍ଡି ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଖବର ଦେଇଥିଲେ। ସେଠାରେ ଲିପିକାଙ୍କ ବାପା ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ମନୋହର ରନ୍ଧାରୀଙ୍କ ମଧ୍ୟରେ ଯୁକ୍ତିତର୍କ ବି ହୋଇଥିଲା।

ପରେ ପୁଲିସ ସେଠାରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ଥାନାକୁ ନେଇଥିଲା। ପାପଡ଼ାହାଣ୍ଡି ବ୍ଲକ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ଗାଡ଼ିରୁ ଶାଢ଼ି, ଟାଓ୍ୱଲ୍, ଟର୍କିସ୍ ଓ ଉତ୍ତରୀୟ ଜବତ କରାଯାଇଥିଲା।  

କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ମାଝୀ ବିଧାୟକ ଶ୍ରୀ ରନ୍ଧାରୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଭୋଟ୍‌ ହାତେଇବା ପାଇଁ ବିଧାୟକ ଏପରି କରୁଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମନୋହର ରନ୍ଧାରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହି ଜିନିଷଗୁଡ଼ିକ କୌଣସି ସ୍ଥାନରେ ବାଣ୍ଟିବା ପାଇଁ ରଖାଯାଇ ନଥିଲା। ବିବାହ ଓ ଦଶାହ କର୍ମରେ ମୁଁ ଲୋକମାନଙ୍କୁ ଶାଢ଼ି, ଟାଓ୍ୱଲ୍, ଟର୍କିସ୍ ଓ ଉତ୍ତରୀୟ ଦେଇଥାଏ। ଏଥିପାଇଁ ସେ ସବୁ  ମୋ ଗାଡ଼ିରେ ଥିଲା। ଆଗକୁ ନିର୍ବାଚନ ଥିବାରୁ ଏହି କଥାକୁ ନେଇ ରାଜନୀତିକରଣ କରାଯାଉଛି। କଂଗ୍ରେସ ଭୋକ ବିକଳରେ ତାଟିଆ କାମୁଡୁଛି। କଂଗ୍ରେସର ପାଖରେ ଜନସମର୍ଥନ ନାହିଁ। ଏଥିପାଇଁ ସେମାନେ ଏପରି  ଡ୍ରାମା କରୁଛନ୍ତି।

ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ମାଝୀ କହିଛନ୍ତି, ଏପରି ଶାଢ଼ି ଓ ଟାଓ୍ୱଲ୍, ଟର୍କିସ୍ ଓ ଉତ୍ତରୀୟ ବାଣ୍ଟି ଲୋକମାନଙ୍କୁ ଠକିବାକୁ ଚେଷ୍ଟା କରାଯାଉଛି।  ଏନେଇ ବିଧାୟକ ମନୋହର ରନ୍ଧାରୀ ଓ  ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାନୁମତି ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଭାନୁମତି ପୂଜାରୀଙ୍କ ପ୍ରାର୍ଥିପତ୍ରକୁ ରଦ୍ଦ କରାଯାଉ।

 

 

The post ଭୋଟ୍ ପାଇଁ ଲାଞ୍ଚ! ବିଜେଡି ବିଧାୟକଙ୍କ ଗାଡ଼ିରୁ ୨୮୪ ଶାଢ଼ି, ୫୦୦ ଟାଓ୍ୱଲ୍ ଜବତ appeared first on Odisha Reporter.



from Odisha Reporter https://ift.tt/l8Hu3JG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages