୫ ନକଲି ନକ୍ସଲ ଗିରଫ; ପୋଷ୍ଟର ମାରିଥିଲେ ଓ ଗାଡ଼ି ପୋଡ଼ିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 12, 2022

୫ ନକଲି ନକ୍ସଲ ଗିରଫ; ପୋଷ୍ଟର ମାରିଥିଲେ ଓ ଗାଡ଼ି ପୋଡ଼ିଥିଲେ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଠିକା ସଂସ୍ଥା କ୍ୟାମ୍ପରେ ଟ୍ରକ୍ ପୋଡ଼ିବା, ବିଭିନ୍ନ ସ୍ଥାନରେ ନକ୍ସଲ ବ୍ୟାନର ଓ ପୋଷ୍ଟର ଲଗାଇବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ରାୟଗଡ଼ା ଏସଡିପିଓ ଦେବଜୟତୀ ଦାସଙ୍କ ନେତୃତ୍ୱରେ ଥାନା ଅଧିକାରୀ ସୁକୁମା ହାଁସଦା ଓ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଶେଷଖାଲ ଥାନ ଅନ୍ତର୍ଗତ ହାଣ୍ଡିପଡୁ ଗାଁର ଗୋପାଳ ମଣ୍ଡିଆ, କାଶୀପୁର କଞ୍ଜଙ୍ଗମଣ୍ଡି ଗାଁର ବଲି ମାଝୀ, ଟକିରି ଥାନା ଅଞ୍ଚଳର ରାମ୍ପଡୁ ସିମଞ୍ଚଳ ମାଝୀ, ଦୁଡୁକାବହାଲ ଗାଁର ସନ୍ତୋଷ ରାୟ ଓ ହରିଜନସାହି ଟିକିରୀର ଜୟନ୍ତ ନାଏକ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡ଼ା ଠାରେ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥାର ଟ୍ରକକୁ ଅଭିଯୁକ୍ତମାନେ ପୋଡ଼ି ଦେଇଥିଲେ। ଏହାସହ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ନକ୍ସଲ ବ୍ୟାନର ଓ ପୋଷ୍ଟର ଲଗାଇଥିଲେ। ଠିକାଦାର ଏନେଇ ଥାନାରେ ଅଭିଯୋଗ କରିବା ପରେ ଗତକାଲି ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ।

 

The post ୫ ନକଲି ନକ୍ସଲ ଗିରଫ; ପୋଷ୍ଟର ମାରିଥିଲେ ଓ ଗାଡ଼ି ପୋଡ଼ିଥିଲେ appeared first on Odisha Reporter.



from Odisha Reporter https://ift.tt/N2px48z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages