ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର, ହେଲପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର, ହେଲପର

ଯୋଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୫୨୦ ଚମ୍ପୁଆ ନିକଟ ନାରଦପୁରର ଶିଶୁମନ୍ଦିର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା  ଦେବା ପରେ ଗାଡ଼ିଟି ଜଳିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ  ଟ୍ରେଲରରେ ଥିବା ଡ୍ରାଇଭର ଓ ହେଲପର ଜିଅନ୍ତା ଜଳିଯାଇଥିଲେ। ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଉଭୟଙ୍କ ପରିଚୟ ମିଳିପାରି ନାହିଁ। ଗାଡିଟି ଛତିଶଗଡ଼ର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟ୍ରେଲରଟି ଯୋଡ଼ାରୁ ଲୁହାପଥର ନେଇ ଯାଉଥିଲା। ଏହି ସମୟରେ ନାରଦପୁରର ଶିଶୁମନ୍ଦିର ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ହାଇୱାକୁ ପଛରୁ ଧକ୍କା ଦେଇଥିଲା। ପରେ ଗାଡ଼ିରେ ନିଆଁ ଲାଗିଯାଇଥଲା। ଗାଡ଼ି ଭିତରେ ଥିବା ଡ୍ରାଇଭର  ଓ ହେଲପର ବାହରକୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

The post ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର, ହେଲପର appeared first on Odisha Reporter.



from Odisha Reporter https://ift.tt/LTlt9bK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages