ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୨ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 17, 2022

ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୨ ଜଣ

ନୂଆଦିଲ୍ଲୀ: ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡି। ନିଆଁ ଲାଗି ଜୀବନ୍ତ ଜଳିଗଲେ ଦୁଇ ଜଣ। ଏଭଳି ଏକ ଦୁର୍ଘଟଣା ଘଟିଛି ନୂଆଦିଲ୍ଲୀ ନିକଟସ୍ଥ ନଏଡାରେ। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ନଏଡା ସେକ୍ଟର ୨୪ ଥାନା ଅଞ୍ଚଳରେ ଥିବା ଏକ ସ୍ପା ସେଣ୍ଟରରେ ଗତକାଲି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହା ଏତେ ଭୟଙ୍କର ଥିଲା ଯେ, ଏଥିରେ ଦୁଇ ଜଣ ଜୀବନ୍ତ ଜଳି ଯାଇଛନ୍ତି। ମୃତକଙ୍କ ମଧ୍ୟରେ ସ୍ପା ସେଣ୍ଟରର ଜଣେ ମହିଳା କର୍ମଚାରୀ ଅଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ମୁତାବକ, ନଏଡାର ଗିଝୋଡ ଗାଁର ଆଶୀର୍ବାଦ କମ୍ଲେକ୍ସରେ ଥିବା ଏକ ସ୍ପା ସେଣ୍ଟରରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣା ବେଳେ ସ୍ପା ସେଣ୍ଟରରେ ୧୨ରୁ ଅଧିକ ଯୁବକ ଏବଂ ଯୁବତୀ ଉପସ୍ଥିତ ଥିଲେ। ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ଯୁବକ ଥିବା ବେଳେ ଆଉ ଜଣେ ୨୬ ବର୍ଷୀୟା ଯୁବତୀ ଅଛନ୍ତି।

ସେପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ। ସଟ୍‌ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

The post ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୨ ଜଣ appeared first on Odisha Reporter.



from Odisha Reporter https://ift.tt/tVlDj92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages