ଚେନ୍ନାଇ: ତାମିଲନାଡୁର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୋମା ମାଡ। ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ଅଫିସ ଉପରକୁ ବୋମା ମାଡ କରି ଫେରାର ହୋଇଯାଇଛନ୍ତି। କଥିତ ରୂପେ ବାଇକ୍ରେ ଆସି କିଛି ଦୃର୍ବୃତ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମା ମାଡ କରିଛନ୍ତି। ଏହାପରେ ପୁଲିସକୁ ଚକମ୍ ଦେଇ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ସିସିଟିଭି ଫୁଟେଜ ଆଧାରରେ ଚେନ୍ନାଇର ନନ୍ଦନମ୍ରୁ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତର ନାଁ ବିନୋଦ। ତା’ସହ ଅନ୍ୟ କେଉଁମାନେ ଏହି ବୋମା ମାଡରେ ସମ୍ପୃକ୍ତ ଥିଲେ ସେ ନେଇ ପୁଲିସ ତାକୁ ପଚରାଉଚରା କରୁଛି।
ତେବେ ଏହି ବୋମା ମାଡରେ କେହି ବି ମୃତାହତ ହୋଇନାହାନ୍ତି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଯୋଗୁଁ ଅଫିସରେ କୌଣସି ଲୋକ ଉପସ୍ଥିତ ନଥିଲେ। ସେପଟେ ଏହି ଘଟଣା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କର୍ମଚାରୀମାନେ ଭିଡ ଜମାଇଛନ୍ତି। ଏହି ବୋମା ମାଡ ନେଇ ତାମିଲନାଡୁ ସରକାରୀଙ୍କୁ ଦାୟୀ କରିଛନ୍ତି ରାଜ୍ୟର ବିଜେପି କର୍ମୀ। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି।
Chennai | An unidentified person allegedly throws a petrol bomb at Tamil Nadu BJP office around 1 am. Details awaited. pic.twitter.com/vglWAuRf5G
— ANI (@ANI) February 9, 2022
The post ତାମିଲନାଡୁ ବିଜେପି ଅଫିସରେ ବୋମା ମାଡ appeared first on Odisha Reporter.
from Odisha Reporter https://ift.tt/tgjbWEm
No comments:
Post a Comment