ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଆଜି ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୫୮ ଆସନରେ ମତଦାନ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମଇଦାନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୨୭ଲକ୍ଷ ଭୋଟର।
ଏହି ୨ କୋଟି ୨୭ ଲକ୍ଷ ଭୋଟରଙ୍କ ମଧ୍ୟରେ ୧କୋଟି ୨୪ ଲକ୍ଷ ପୁରୁଷ, ୧ କୋଟି ୪ ଲକ୍ଷ ମହିଳା ତଥା ୧୪୪୮ ଟ୍ରାନ୍ସଜେଣ୍ଡର ସାମିଲ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁସବୁ ଆସନ ଅଧିକ ଫୋକସରେ ରହିଛି-ସେଗୁଡ଼ିକ ହେଲା ମୁଜାଫରନଗର, ମିରଟ୍, ଗାଜିଆବାଦ, ଆଲିଗଡ଼, ମଥୁରା ଓ ଆଗ୍ରା ଆସନ।
ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଳ ଦେବ ଅଗ୍ରଓ୍ୱାଲ୍, ଅତୁଲ ଗର୍ଗ ଓ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ଭଳି ନେତାଙ୍କ ଭାଗ୍ୟପରୀକ୍ଷା ହେବ। ପଶ୍ଚିମ ୟୁପିର ଜାଟ୍ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେଉଥିବା ଯୋଗୁଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କେବଳ ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବାକୁ ସ୍ଥିର ହୋଇଛି। ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା।
Hapur: People queue up at polling booth number 257 as they cast their vote for the first phase of #UttarPradeshElections pic.twitter.com/0oQCZ86Txu
— ANI UP/Uttarakhand (@ANINewsUP) February 10, 2022
The post ୟୁପିରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ appeared first on Odisha Reporter.
from Odisha Reporter https://ift.tt/yr4BMdw
No comments:
Post a Comment