ସରିଲା ପ୍ରଚାର, ରାତି ପାହିଲେ ପଡ଼ିବ ଭୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

ସରିଲା ପ୍ରଚାର, ରାତି ପାହିଲେ ପଡ଼ିବ ଭୋଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପଡ଼ିବ ଭୋଟ। ହେଲେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ  ନିର୍ବାଚନ ଲାଗି ଗତକାଲି ସଂଧ୍ୟାରୁ ଶେଷ ହୋଇଛି ପ୍ରଚାର ।

ପ୍ରଥମ  ପର୍ଯ୍ୟାୟରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧,୬୬୯ ପଂଚାୟତ ଏବଂ ୨୨, ୩୭୯ ୱାର୍ଡରେ ମତଦାନ ହେବ । ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର୍ ମତ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ । ଗତକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି,  କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିଲେଣି ପୋଲିଂ ପାର୍ଟି ।

ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଚାୟତ ନିର୍ବାଚନ ପାଇଁ ଦିନେ ଛାଡି ଦିନେ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏହାପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣତି କରାଯିବ  ।

The post ସରିଲା ପ୍ରଚାର, ରାତି ପାହିଲେ ପଡ଼ିବ ଭୋଟ appeared first on Odisha Reporter.



from Odisha Reporter https://ift.tt/lCwFixB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages