ମୋ ହେଲିକପ୍ଟରକୁ ବି ଅଟକେଇଥିଲା କଂଗ୍ରେସ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

ମୋ ହେଲିକପ୍ଟରକୁ ବି ଅଟକେଇଥିଲା କଂଗ୍ରେସ: ମୋଦି

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚନ୍ନିଙ୍କ ବିମାନ ଉଡ଼ାଣକୁ ଅନୁମତି ନମିଳିବା ନେଇ ରାଜନୀତି ତେଜିବାରେ ଲାଗିଛି।  ଏହାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଜେପି ବିରୋଧରେ ବର୍ଷିଛି। ତେବେ କଂଗ୍ରେସକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ଦେଇଛନ୍ତି। ଗତକାଲି ଜଳନ୍ଧରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ୨୦୧୪ ବେଳର ଘଟଣାକୁ ମନେପକାଇଛନ୍ତି। ମୋଦି କହିଛନ୍ତି ଯେ, ୨୦୧୪ରେ କଂଗ୍ରେସର ଯୁବରାଜ(ରାହୁଲ ଗାନ୍ଧୀ)ଙ୍କ ପାଇଁ ମୋ ବିମାନକୁ ମଧ୍ୟ ଅନୁମତି ମିଳି ନଥିଲା।

କଂଗ୍ରେସର କାର୍ଯ୍ୟକ୍ରମ ପାଇଁ ପଞ୍ଜାବରେ ତାଙ୍କ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଥିଲା। ୨୦୧୪ରେ ଦେଶରା ସାଧାରଣ ନିବାଚନ ବେଳେ ବିଜେପି ପକ୍ଷରୁ ପ୍ରଧାମନନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ମୋଦି। ସେତେବଳେ ପଞ୍ଜାବରେ ଏକ ନିର୍ବାଚନୀ ପ୍ରଚାର ପାଇଁ ମୋଦିଙ୍କୁ ପଞ୍ଜାବ ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ମୋଦି କହିଛନ୍ତି ଯେ, ରାହୁଲ ଗାନ୍ଧୀ ସେତେବେଳେ ମାତ୍ର ଏମପି ଥିଲେ। ହେଲେ ତାଙ୍କ ବିମାନ ଉଡ଼ାଣକୁ ଗ୍ରୀନ ସିଗନାଲ ମିଳି ନଥିଲା। ମୋତେ ପଠାନନୋଟରେ ଘଣ୍ଟଆଏରୁ ଊର୍ଦ୍ଧ୍ୱ ଅଟକିବାକୁ ପଡ଼ିଥିଲା। ମୁଁ ଯେତେବେଳେ ପଠାନକୋର୍ଟରେ ପହଞ୍ଚିଲି  ମୋ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ଦିଆଗଲା ନାହିଁ। କାରଣ ତାଙ୍କର ୟୁବରାଜଙ୍କୁ ଆଉ କେଉଁଠି ଭିଜିଟ କରିବାର ଥିଲା।

ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାହୁଲ ଗାନ୍ଧୀଙ୍କ ନାମ ନନେଇ ଥିଲେ ମଧ୍ୟ ୟୁବରାଜ ସମ୍ବୋଧନ କରି ମୋଦି କମେଣ୍ଟ କରିଥିଲେ। କେବଳ ଗୋଟଏ ପରିବାର ହାତରେ କ୍ଷମତା ଥିବାରୁ ତାକୁ ଅପବ୍ୟବହାର କରାଯାଉଥିଲା।  ୨୦୧୪ରେ ମୋ ହେଲିକପ୍ଟରକୁ ଉଡ଼ାଣ ମିଳନଥିବାରୁ ମୁଁ ହିମାଚଳପ୍ରଦେଣର  ଦୁଇଟି ରାଲିକୁ ଯାଇପାରି ନଥିଲି। ସେହି ଦୁଇଟି ରାଲିକୁ ବାତିଲ କରିବାକୁ ପଡ଼ିଲା। ଏହା କେବଳ କଂଗ୍ରେସ ପାଇଁ ଘଟିଥିଲା ବୋଲି ମୋଦି କହଇନ୍ତି। ୫୦ ବର୍ଷ ଧରି କଂଗ୍ରେସ ତାଙ୍କ ପ୍ରତିଦ୍ୱନ୍ଦୀ ସହ ଏମିତି ଘଟାଇ ଚାଲିଥିଲା ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳନ୍ଧର ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ହେଲିକପ୍ଟରକୁ ହୋଶିଆରପୁର ଯିବାକୁ ଅନୁମତି ମିଳି ନଥିଲା। ଏଥିପାଇଁ ଚନ୍ନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ସାମିଲ ହୋଇପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆକାଶ ପଥକୁ ନୋ ପ୍ଲାଇଂ ଜୋନ ଘୋଷଣା କରାଯାଇଥିଲା। ମୋଦି ଜଲନ୍ଧର ଆସିବାକୁ ଥିବା ବେଳେ ଚନ୍ନି ଚଣ୍ଡିଗଡ଼ରୁ ହୋଶିଆରପୁର ଯିବାର ଥିଲା। ଏଥିପାଇଁ ସେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଅନୁମତି ପାଇଁ ଅପେକ୍ଷା କରିଥିଲେ। ତେବେ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନାହିଁ। ଏଥିଯୋଗୁ ସେ ହୋଶିଆରପୁର ବଦଳରେ ନିଜ ଘରକୁ ଚାଲି ଆସିଥିଲେ।

ଏ ଘଟଣା ପରେ ଚନ୍ନି କହିଛନ୍ତି, “ଦିନ ୧୧ଟା ବେଳେ ମୁଁ ଉନାରେ ଥିଲି। କିନ୍ତୁ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମୋତେ ହୋଶିଆରପୁର ଯିବାକୁ ଅନୁମତି ମିଳିଲା ନାହିଁ। ଏହାକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଗଲା। ମୁଁ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ଯୋଗ ଦେଇପାରିଲି ନାହିଁ। ମୋତେ ପୂର୍ବରୁ ଚଣ୍ଡିଗଡ଼ରୁ ହୋଶିଆରପୁର ଯିବାକୁ ଅନୁମତି ଥିଲା।”

The post ମୋ ହେଲିକପ୍ଟରକୁ ବି ଅଟକେଇଥିଲା କଂଗ୍ରେସ: ମୋଦି appeared first on Odisha Reporter.



from Odisha Reporter https://ift.tt/qnNpkKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages