ୱାଶିଂଟନ୍: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ନିଜ ମତ ବଦଳାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷର ଏହି ଆକ୍ରମଣକୁ ଭୟାବହ ଘଟଣା କହିବା ସହ ତାକୁ ନିନ୍ଦା କରିଛନ୍ତି। ଏଥିସହ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଉପରେ ବର୍ଷିଛନ୍ତି ଟ୍ରମ୍ପ। ପୁଟିନ୍ ବାଇଡେନ୍ଙ୍କୁ ଢ଼ୋଳ ପରି ବଜାଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ।
ବଡ଼ ଦୁଃଖର କଥା ପୁଟିନ୍ ବାଇଡେନ୍ଙ୍କୁ ଢୋଲ ପରି ବଜାଉଛନ୍ତି। ତାହା ଦେଖିବାକୁ ଭଲ ଲାଗୁନାହିଁ ବୋଲି ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଆମେରିକାର ଭୂମିକା ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ବାଇଡେନ୍ ପୁଟିନ୍ଙ୍କୁ ୟୁକ୍ରେନ୍ ସହ ଯୁଦ୍ଧ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଏଥିସହ ଏହି ଆକ୍ରମଣକୁ ସେ ମାନବତା ଉପରେ ଆକ୍ରମଣ ବୋଲି କହିଛନ୍ତି।
ଫ୍ଲୋରିଡାରେ ‘କଞ୍ଜର୍ଭେଟିଭ୍ ପଲିଟିକାଲ୍ ଆକ୍ସନ୍ କନ୍ଫରେନ୍ସ୍’ରେ (ସିପିଏସି) ଭାଷଣ ଦେଇ ଟ୍ରମ୍ପ୍ କହିଛନ୍ତି, ୟୁକେନ୍ ଉପରେ ରୁଷର ଏଭଳି ଆକ୍ରମଣ କରିବା କ୍ଷୋଭର କଥା। ଏଭଳି କ୍ରୋଧ ଓ ଭୟାବହ ଭାବେ ଆକ୍ରମଣ କରିବା ଅନୁଚିତ କଥା। ଆମେ ସ୍ୱାଭିମାନୀ ୟୁକ୍ରେନୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ।
ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦମିର୍ ଜେଲେନ୍ସ୍କିଙ୍କୁ ଜଣେ ସାହସୀ ବୋଲି ପ୍ରଶଂସା କରିବା ସହ ଭ୍ଲାଦିମିର୍ ପୁଟିନ୍ଙ୍କ ସହ ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତ୍ୱ ଉପରେ ଗୁରୁତ୍ବାରୋପ କରି ଟ୍ରମ୍ପ୍ କହିଛନ୍ତି ସେ ହ୍ୱାଇଟ୍ ହାଉସ୍ରେ ଥିଲେ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇ ନ ଥାଆନ୍ତା। ତା’ଛଡ଼ା, ପୁଟିନ୍ଙ୍କୁ ବାଇଡେନ୍ ପ୍ରଶାସନ ମୁକାବିଲା କରିପାରୁ ନାହିଁ ବୋଲି ସେ କହିଛନ୍ତି।
The post ବାଇଡେନ୍ଙ୍କୁ ଢ଼ୋଲ ପରି ବଜାଉଛନ୍ତି ପୁଟିନ୍: ଟ୍ରମ୍ପ appeared first on Odisha Reporter.
from Odisha Reporter https://ift.tt/iRYXZuG
No comments:
Post a Comment