ଓଡ଼ିଶାରେ ୯୮% ପଜିଟିଭଙ୍କ ଜିନମ୍ ସିକ୍ୱେନ୍ସିଂରୁ ମିଳିଲା ଓମିକ୍ରନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 10, 2022

ଓଡ଼ିଶାରେ ୯୮% ପଜିଟିଭଙ୍କ ଜିନମ୍ ସିକ୍ୱେନ୍ସିଂରୁ ମିଳିଲା ଓମିକ୍ରନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଲଏସ୍‌ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି  ନୂଆ ତଥ୍ୟ। ଓଡ଼ିଶାରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ  ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି । ଆଇଏଲଏସ୍‌ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା ।

ଜାନୁୟାରୀ ୨୭ରୁ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୁନା ସଂଗ୍ରହ କରାଯାଇଥିଲା।  ଆଇଏଲ୍ଏସ୍ ପକ୍ଷରୁ ଏହି ସବୁ ନମୁନାର  ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୁନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଗଞ୍ଜାମ ଜିଲ୍ଲାରେ ୪୭ଟି ନମୁନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଉକ୍ତ ଜିଲ୍ଲାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଶତପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ । ତା’ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛି। ଅବଶିଷ୍ଟ ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି । ସେହିପରି କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସିଦ୍ଧାର୍ଥ ଗୁରୁ କହିଛନ୍ତି, ଏହା ଭଲ ଯେ, ଆମେ ଡେଲଟା ସଂକ୍ରମଣରୁ ମୁକୁଳି ଆସିଲେଣି।  ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଧରାଯିବ । ଏହା ଲୋକଙ୍କୁ ବେଶି ଗୁରୁତର କରୁ ନ ଥିବାରୁ ସମ୍ଭବତଃ ମାର୍ଚ୍ଚ ମାସରୁ ଆମେ ସ୍ୱାଭାବିକ ଜୀବନଯାତ୍ରା କରିପାରିବା ।

The post ଓଡ଼ିଶାରେ ୯୮% ପଜିଟିଭଙ୍କ ଜିନମ୍ ସିକ୍ୱେନ୍ସିଂରୁ ମିଳିଲା ଓମିକ୍ରନ appeared first on Odisha Reporter.



from Odisha Reporter https://ift.tt/yVzb748

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages