ମୋବାଇଲ ଦେଖାଇବାକୁ ଡାକି ଶିଶୁକନ୍ୟାକୁ ଦୁଷ୍କର୍ମ, ବନ୍ଧା ହେଲେ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 10, 2022

ମୋବାଇଲ ଦେଖାଇବାକୁ ଡାକି ଶିଶୁକନ୍ୟାକୁ ଦୁଷ୍କର୍ମ, ବନ୍ଧା ହେଲେ ବୃଦ୍ଧ

ନାରାୟଣପାଟନା(ଓଡ଼ିଶା ରିପୋର୍ଟର): ମୋବାଇଲ ଦେଖାଇବାକୁ ଡାକି ଛଅ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ  ୬୦ ବର୍ଷୀୟ ବୃଦ୍ଧ ଏଭଳି କାଣ୍ଡ ଭିଆଇଥିବା ଶିଶୁ କନ୍ୟାର ମା’  ବୁଧବାର ଦିନ ଥାନାରେ ଅଭିଯୋଗ କରିଥିଲେ। ଏପରି ସମ୍ବେଦନଶୀଳ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଭାଲୁ ମାଡତା। ଅଭିଯୁକ୍ତ ଜଣଙ୍କ ନାବାଳିକାର  ଗାଁ ଲୋକ।

ମିଳିଥିବା ସୂଚନା ଅନୁସାରେ, ଶିଶୁକନ୍ୟାଟି  ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ମୋବାଇଲ ଦେଖିବାକୁ ନିଜ ଘରକୁ ଡାକିଥିଲା।   ନାବାଳିକା ଜଣକ ମୋବାଇଲ ଦେଖିବାକୁ  ତାଙ୍କ ଘରକୁ  ଯିବାରୁ  ସେ ତାକୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ ଧମକ ମଧ୍ୟ ଦେଇଥିଲା।  ଏଥିରେ ଭୟଭୀତ ହୋଇ ଶିଶୁକନ୍ୟାଟିକୁ ଘରକୁ ଆସିଥିବା ବେଳେ କାହାକୁ କିଛି କହି ପାରି ନଥିଲା।  ମାତ୍ର ବୁଧବାର ଯନ୍ତ୍ରଣା ଅସହ୍ୟ ହେବାରୁ  ଏନେଇ ସେ ନିଜ ମା’କୁ ଜଣାଇଥିଲା।

ତା’ ପରେ ମା’ ଝିଅକୁ  ପଚରାଉଚରା କରିବା ପରେ ସବୁ କଥା ଜଣାପଡ଼ିଥିଲା। ଏନେଇ ଶିଶୁକନ୍ୟାର ମା’ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଅଧାରରେ ଗତକାଲି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।  ଉଭୟଙ୍କର ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 

The post ମୋବାଇଲ ଦେଖାଇବାକୁ ଡାକି ଶିଶୁକନ୍ୟାକୁ ଦୁଷ୍କର୍ମ, ବନ୍ଧା ହେଲେ ବୃଦ୍ଧ appeared first on Odisha Reporter.



from Odisha Reporter https://ift.tt/fhsOGzB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages