କୋରାପୁଟ(ଓଡ଼ିଶା ରିପୋର୍ଟର): ‘କୌଣସି ସ୍ଥାନରେ ନକ୍ସଲ ପୋଷ୍ଟର ଲାଗିଥିଲେ, ତା ପାଖକୁ ଯାଆନ୍ତୁ ନାହିଁ। ବରଂ ତୁରନ୍ତ ପୁଲିସ୍କୁ ଜଣାନ୍ତୁ ।’ ଏନେଇ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଏସ୍ପି ବରୁଣ ଗୁଣ୍ଟାପଲି । ନିର୍ବାଚନ ବହିଷ୍କାର ବା ଅନ୍ୟ ବାର୍ତ୍ତା ଥିବା କୌଣସି ପ୍ରକାର ନକ୍ସଲ ପୋଷ୍ଟର ଲାଗିଥିଲେ ତା’ ନିକଟକୁ ନ ଯିବାକୁ କହିଛନ୍ତି ଏସ୍ପି।
ନକ୍ସଲ ପୋଷ୍ଟର ଲାଗିଥିବା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଲାଣ୍ଡମାଇନ୍ ବିସ୍ଫୋରଣ ହେବାରୁ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟି ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏପରି ପରାମର୍ଶ ଦେଇଛନ୍ତି ଏସ୍ପି।
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ ୧୬ ତାରିଖରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । କୋଟିଆରେ ସୁରୁଖୁରୁରେ ନିର୍ବାଚନ କରାଇବାକୁ ଅଧିକ ପୁଲିସ୍ ମୁତୟନ କରାଯାଇଛି । ଜିଲ୍ଲାର ମୋଟ ୨ ହଜାର ୯୭୩ଟି ବୁଥ୍ ମଧ୍ୟରୁ ପ୍ରାୟ ୬ ଶହଟି ବୁଥ୍ ସମ୍ବେଦନଶୀଳ । ସେଠାରେ ଜଣେ ଜଣେ କନଷ୍ଟେବଳଙ୍କୁ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ପି ।
The post ‘ନକ୍ସଲ ପୋଷ୍ଟର ଲାଗିଥିବା ସ୍ଥାନକୁ ଯା’ନ୍ତୁ ନାହିଁ, ପୁଲିସ୍କୁ ଜଣାନ୍ତୁ’ appeared first on Odisha Reporter.
from Odisha Reporter https://ift.tt/IFoODYR
No comments:
Post a Comment