୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ଆଜି ସନ୍ଧ୍ୟାରେ ସରିବ ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 13, 2022

୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆଜି ସଂଧ୍ୟା ୭ଟାରେ ସରିବ ପ୍ରଚାର । ଏଥିପାଇଁ ପ୍ରଚାରକୁ ଜୋରାଦର କରିଛନ୍ତି ସବୁ ରାଜନୈତିକ ଦଳ ।

ଆସନ୍ତା ୧୬ ତାରିଖରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ । ଉକ୍ତ  ଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଂଚାୟତରେ ଭୋଟ୍‌ ଗ୍ରହଣ କରାଯିବ । ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର ।  ଏଥିଲାଗି  ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି ।

ଆଜି  ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି,  କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍‌କୁ ଯିବେ ପୋଲିଂ ପାର୍ଟିଂ । ପ୍ରଚାର ସମୟସୀମା ଶେଷ ହେବା ପରେ ରାଜନୈତିକ ଦଳର ନେତା ଓ ଅନ୍ୟ ଅଂଚଳର ନେତାମାନେ ସ୍ଥାନୀୟ ଅଂଚଳରେ ରହିପାରିବେନି । ପଂଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଳକ୍ ହେଡକ୍ୱାଟରଗୁଡ଼ିକରେ ଗଣତି ହେବ ।

The post ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ଆଜି ସନ୍ଧ୍ୟାରେ ସରିବ ପ୍ରଚାର appeared first on Odisha Reporter.



from Odisha Reporter https://ift.tt/31n2Ds8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages