୨୮ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କଲା ଉଚ୍ଚଶିକ୍ଷା ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 22, 2022

୨୮ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ଜାଲ୍ ପ୍ରମାଣପତ୍ର ଦେଇ ଆଡମିଶନ୍ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରଦ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରଦ୍ଦ କରିବା ପାଇଁ ବିଭାଗର ଉପ ନିର୍ଦ୍ଦେଶକ ଓକାକ୍ ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ।

୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଥିବା କଳା ବିଭାଗର ଦୁଇ ଛାତ୍ରଙ୍କ ନାମ ରଦ୍ଦ ହୋଇଥିବାବେଳେ ୨୦୨୦-୨୧ ବର୍ଷର କଳା ଓ ବିଜ୍ଞାନ ବିଭାଗର ୯ ଜଣ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ରଦ୍ଦ କରାଯାଇଛି ।

ତା’ସହ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୭ ଜଣ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କରିଛି ବିଭାଗ । ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ଓକାକକୁ ପଠାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବିଭାଗ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିଛି ।

The post ୨୮ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କଲା ଉଚ୍ଚଶିକ୍ଷା ବିଭାଗ appeared first on Odisha Reporter.



from Odisha Reporter https://ift.tt/myZ6rL9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages