ଆଜି ୟୁପିର ୫୯ଟି ଆସନରେ ଚାଲିଛି ଭୋଟ, ଫୋକସରେ ଲକ୍ଷ୍ମୀପୁର ଖେରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 22, 2022

ଆଜି ୟୁପିର ୫୯ଟି ଆସନରେ ଚାଲିଛି ଭୋଟ, ଫୋକସରେ ଲକ୍ଷ୍ମୀପୁର ଖେରି

ଲକ୍ଷ୍ନୌ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ଉତ୍ତର ପ୍ରଦେଶରେ ଆଜି ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ୪ର୍ଥ ପର୍ଯ୍ୟାୟରେ ରାଜ୍ୟର ୫୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହି ୫୯ଟି ଆସନ ମଧ୍ୟରେ ଲକ୍ଷ୍ମୀପୁର ଖେରି ମଧ୍ୟ ରହିଛି। ଏଠାରେ ଗତବର୍ଷ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା।

ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ଗିରଫ ହୋଇଥିଲେ। ତେଣୁ ଏଠାରେ ଜନମତ କେଉଁଆଡ଼େ ଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହାବାଦ ଲକ୍ଷ୍ନୌ ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଗଡ଼ ବାଏବରେଲୀର ୫ଟି ବିଧାନସଭା ପାଇଁ ମଧ୍ୟ ଭୋଟ ହେଉଛି।

ପିଲିଭିଟ, ଲକ୍ଷ୍ମୀପୁର ଖେରି, ସୀତାପୁର, ହାର୍ଡୋଇ, ଲକ୍ଷ୍ନୌ, ରାଏବରେଲୀ, ବାନ୍ଦା ଓ ଫତେପୁର ଜିଲ୍ଲାର ଥିବା ମୋଟ ୫୯ଟି ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ୨୦୧୭ରେ ଏହି ୫୯ଟି ଆସନରୁ ବିଜେପି ୫୧ଟିରେ ଜିତିଥିବା ବେଳେ ସମାଜବାଦୀ ପାର୍ଟି ଖାତାକୁ ୪ଟି, କଂଗ୍ରେସ ୨ଟି ଓ ମାୟାବତୀଙ୍କ ବିଏସ୍‌ପି ଖାତାକୁ ୨ଟି ଆସନ ଯାଇଥିଲା।

ଲକ୍ଷ୍ମୀପୁର କଥା ବିଚାରକୁ ନେଲେ ସେଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି। ୨୦୧୭ରେ ଏଠାରେ ଥିବା ସମସ୍ତ ୮ଟି ଯାକ ଆସନରେ ବିଜେପି ଜିତିଥିଲା। କିନ୍ତୁ ଏଥର ପରିସ୍ଥିତି ଅଲଗା ରହିଛି। ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବାରୁ ଏଠାରେ ଜନଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଚାଷୀମାନେ ବିଜେପି ଉପରେ ଖପ୍ପା ହୋଇଛନ୍ତି।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୯ଟି ବିଧାନସଭା ଆସନ ପାଇଁ ଭୋଟ ଚାଲିଛି। ତେବେ ସରୋଜିନି ନଗର ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏଠାରେ ଇଡିର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂହ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେବାକୁ ସପା ଆଇଆଇଏମର ପୂର୍ବତନ ପ୍ରଫେସର ଅଭିଷେକ ମିଶ୍ରାଙ୍କୁ ପ୍ରାର୍ଥୀ କରିଛି।

ରାଏବରେଲୀରେ ସମସ୍ତଙ୍କ ଫୋକସ ଅଦିତି ସିଂହ ଉପରେ ରହିଛି। ସେ ୨୦୧୭ରେ ରାଏବରେଲୀ ସଦର ଆସନରୁ କଂଗ୍ରେସ ଟିକେଟରେ ଜିତିଥିଲେ। କିନ୍ତୁ ଏଥର ସେ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ତାଙ୍କ ବିରୋଧରେ ମନୀଷ ଚୌହ୍ୱାନ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ କମିଶନ ୧୩୭ଟି ପିଙ୍କ ବୁଥର ବ୍ୟବସ୍ଥା କରିଛନ୍ତି। ଲକ୍ଷ୍ନୌ ଖ୍ରୀଷ୍ଟ ଚର୍ଚ୍ଚ କଲେଜ କର୍ତ୍ତୃପକ୍ଷ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି। ଯେଉଁ ପିଲାମାନଙ୍କ ବାପା ମା’ ଭୋଟ ଦେବେ, ସେମାନଙ୍କୁ ୧୦ ମାର୍କ ମିଳିବ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଆହୁରି ୩ଟି ପର୍ଯ୍ୟାୟରେ ଭୋଟିଂ ହେବ। ଫେବୃଆରୀ ୨୭, ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

The post ଆଜି ୟୁପିର ୫୯ଟି ଆସନରେ ଚାଲିଛି ଭୋଟ, ଫୋକସରେ ଲକ୍ଷ୍ମୀପୁର ଖେରି appeared first on Odisha Reporter.



from Odisha Reporter https://ift.tt/J0Y9riL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages