ନିର୍ବାଚନୀ  ହିଂସା; ସମିତି ସଭ୍ୟ ପ୍ରାର୍ଥୀଙ୍କୁ ପିଟିଦେଲା ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

ନିର୍ବାଚନୀ  ହିଂସା; ସମିତି ସଭ୍ୟ ପ୍ରାର୍ଥୀଙ୍କୁ ପିଟିଦେଲା ବାଇକ୍‌

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଗୋବିନ୍ଦପୁରର ସମିତି ସଭ୍ୟ ପ୍ରାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆରଏଜ୍‌ଏଚ୍‌ରେ ଭର୍ତ୍ତି କରାଯାଇଛି। ପୁଷ୍ପିତା ସିପିଏମ୍‌ରୁ ସମିତି ସଭ୍ୟା  ପ୍ରାର୍ଥୀଭାବେ  ନିର୍ବାଚନ  ଲଢ଼ୁଥିଲେ। ତାଙ୍କ ଘର ଘୁଷୁରା ପତ୍ରପାଲିରେ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୁଷ୍ପିତା ଏକୁଟିଆ ନିଜ ଗାଁରେ ଘର ଘର ବୁଲି ଭୋଟ ଭିକ୍ଷା କରୁଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲେ।  ସେ ତଳେ ପଡ଼ି ଯାଇଥିଲେ। ପୁଷ୍ପିତା  ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ନେଇ ଗ୍ରାମବାସୀ  ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନା ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଆରଏଜ୍‌ଏଚ୍‌କୁ ସ୍ଥାନାନ୍ତର କରାଯାଇଛି।

ପୁଷ୍ପିତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ସିପିଏମ୍‌ରୁ ଛିଡ଼ା ହୋଇଥିବାରୁ ପୁଷ୍ପିତାଙ୍କୁ ଧମକ ଚମକ ଦିଆଯାଇଥିଲା। ଏହାସହ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ଲାଗି ମଧ୍ୟ ତାଙ୍କ ଉପରେ ଚାପ ପକାଯାଉଥିଲା।

ପୁଷ୍ପିତା କହିଛନ୍ତି,  ଗତକାଲି ପ୍ରଚାର ସାରି ଫେରିବାବେଳେ  ତିନି ଜଣ ଦୁର୍ବୁତ୍ତ  ବାଇକ୍‌ରେ ଆସି ପଛରୁ ଧକ୍କା ଦେଇ ପଳାଇ ଯାଇଥିଲେ। ମୁଁ ଆଉ କିଛି  ଜାଣିନାହିଁ। ପୁଲିସ  ଘଟଣାର ତଦନ୍ତ କରୁଛି।

 

The post ନିର୍ବାଚନୀ  ହିଂସା; ସମିତି ସଭ୍ୟ ପ୍ରାର୍ଥୀଙ୍କୁ ପିଟିଦେଲା ବାଇକ୍‌ appeared first on Odisha Reporter.



from Odisha Reporter https://ift.tt/JozNtE6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages