ବାଇକ୍‌କୁ ଧକ୍କା ଦେଇ ଦୋକାନରେ ପିଟି ହେଲା ବସ୍‌, ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 13, 2022

ବାଇକ୍‌କୁ ଧକ୍କା ଦେଇ ଦୋକାନରେ ପିଟି ହେଲା ବସ୍‌, ୫ ଗୁରୁତର

ଉଦଳା(ମାନସ ପାଣି): ଗତରାତିରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବୃନ୍ଦାଗଡି ଛକଠାରେ ଘଟିଛି ମର୍ମନ୍ତୁଦ ବସ୍‌ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ସହ ବାଇକ୍‌ ଧକ୍କା ହେବାରୁ ୫ ଜଣ ଗୁରୁତର ହୋଇଛନ୍ତି।

‘ସାଇ ଶଙ୍କର’ ନାମକ  ଯାତ୍ରୀବାହୀ ବସ୍‌ ଗତ ରାତିରେ ସାରଶକଣାରୁ ଉଦଳା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବୃନ୍ଦାଗଡି ଛକଠାରେ ବସ୍‌ଟି ଏକ ବାଇକ୍‌କୁ ଧକ୍କା ଦେଇ ଏକ ଦୋକାନରେ ପିଟି ହୋଇଥଲା । ଫଳରେ ବସ୍‌ ଡ୍ରାଇଭର, ୩ ଯାତ୍ରୀ ଓ ବାଇକ୍‌ ଚାଳକ ବୃନ୍ଦାଗଡି ଅଞ୍ଚଳର ଲକ୍ଷ୍ମଣ ହେମ୍ବ୍ରମ ଗୁରୁତର ହୋଇଛନ୍ତି। ଅନ୍ୟ ସମସ୍ତ ଆହତ ସାରସକଣା ଅଞ୍ଚଳର ବୋଲି ଜଣାଯାଇଛି।

ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି  ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଗାଡ଼ି ୨ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ବାଇକ୍‌କୁ ଧକ୍କା ଦେଇ ଦୋକାନରେ ପିଟି ହେଲା ବସ୍‌, ୫ ଗୁରୁତର appeared first on Odisha Reporter.



from Odisha Reporter https://ift.tt/CfZxcUP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages