୧୨ ଫେବ୍ରୁଆରୀ, ଶନିବାର: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 11, 2022

୧୨ ଫେବ୍ରୁଆରୀ, ଶନିବାର: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ

ମେଷ: ବ୍ୟବସାୟରେ  ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ।

ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଶତ୍ରୁମାନେ ପରାଜିତ ହେବେ, ମିତ୍ରତାର ହାତ ବଢ଼ାଇବେ।

କର୍କଟ: ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବେପାର ବାଣିଜ୍ୟରେ କ୍ଷତି ସହିବେ। ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ସିଂହ: ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ଶରୀର ପୀଡ଼ା ଦେଖାଯିବାର ସମ୍ଭାବନା ରହିଛି।

କନ୍ୟା: ନୂତନ ବ୍ୟବସାୟ କରିବା ପାଇଁ ଭାଇ  ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବେ। ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ସହଜରେ ସମାଧାନ ହେବ।

ତୁଳା: ଶୁଭ ଖବର ପାଇ ମନ ଖୁସି ରହିବ। ପରିବାରରେ ସୁଖଶାନ୍ତିରେ ଦିନଟି ଅତିବାହିତ କରିବେ। କଥା ଉପରେ ନିୟନ୍ତ୍ରଣ  ରଖନ୍ତୁ।

ବିଛା: ଅର୍ଥ ଜନିତ ସମସ୍ୟା ଦେଇ ଗତି କରିବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧିହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସହଯୋଗୀ ମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗକୁ ବଢିବେ। ଦୁର୍ଘଟଣା ଘଟିବାର ଭୟ ରହିଛି, ସେଥିପାଇଁ ସତର୍କ ରୁହନ୍ତୁ।

ମକର: ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ନୂତନ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିବେ।  ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି, ସତର୍କ ରହନ୍ତୁ।

ମୀନ: ବ୍ୟବସାୟରେ କ୍ଷତି ହୋଇପାରେ। ସେଥିପାଇଁ ସତର୍କ ରହି କାର୍ଯ୍ୟ କରନ୍ତୁ। ନିଜ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ।

 

 

The post ୧୨ ଫେବ୍ରୁଆରୀ, ଶନିବାର: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ appeared first on Odisha Reporter.



from Odisha Reporter https://ift.tt/rOMJXuQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages