ଆଜିଠୁ ଆଇପିଏଲ୍ ୨୦୨୨ ପାଇଁ ନିଲାମୀ; ଟପ୍ ଟେନ୍‌ରେ ୪ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 11, 2022

ଆଜିଠୁ ଆଇପିଏଲ୍ ୨୦୨୨ ପାଇଁ ନିଲାମୀ; ଟପ୍ ଟେନ୍‌ରେ ୪ ଭାରତୀୟ

ବେଙ୍ଗଲୁରୁ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମୀ । ଦୁଇ ଦିନ ବେଙ୍ଗଳୁରୁରେ ଚାଲିବ ଏହି ମେଗା ଅକ୍ସନ । ୨୦୨୨ ଆଇପିଏଲ୍‌ରେ ମୋଟ ୫୯୦ ଖେଳାଳିଙ୍କ ନିଲାମି  ହେବ  । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୨୮ କ୍ୟାପଡ୍ ଏବଂ ୩୫୫ ଅନକ୍ୟାପଡ୍  ଖେଳାଳି ରହିଛନ୍ତି  ।

ନିଲାମ ପାଇଁ ୨ କୋଟି ଟଙ୍କା ସର୍ବାଧିକ ରିଜର୍ଭ ଦର ଧାର୍ଯ୍ୟ କରାଯାଇଛି  । ୨୦ ଖେଳାଳି  ୧.୫ କୋଟି ଟଙ୍କାର ବ୍ରାକେଟରେ ରହିଛନ୍ତି । ୩୪ ଖେଳାଳି ୧ କୋଟିର ରିଜର୍ଭ ପ୍ରାଇସରେ ଅଛନ୍ତି । ଏଥିଲାଗି ଲିଷ୍ଟ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଟପ୍‌ଟେନ୍‌ରେ ରହିଛନ୍ତି ୪ ଭାରତୀୟ ଖେଳାଳି ।

ଭାରତର ଅଶ୍ୱୀନ, ଶ୍ରେୟସ ଆୟର, ମହମ୍ମଦ ଶାମି ଏବଂ ଶିଖର ଧାଓ୍ୱନଙ୍କ ସହ ୬ ବିଦେଶୀ ଖେଳାଳି ଟପ୍ ଟେନ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଟପ୍ ଟେନ୍ ଲିଷ୍ଟରେ ଥିବା ବିଦେଶୀ ଖେଳାଳିମାନେ ହେଲେ ଡେଭିଡ୍ ଓ୍ୱାର୍ଣ୍ଣର, ଫାଫ୍ ଡୁ ପ୍ଲେସି, କେ. ରାବାଡା, ଟ୍ରେଣ୍ଟ ବୋଲ୍ଡ, ପାଟ୍ କମିନ୍ସ ଏବଂ କ୍ୱିଣ୍ଟନ ଡିକକ୍  । ଏମାନଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି ଟଙ୍କା ।

ଚଳିତ ଥର ନିଲାମି ଲିଷ୍ଟରେ ୪୪ ନୂଅଆ ଚେହେରାଙ୍କୁ ସ୍ଥାନ ମିଳିଛି । ବଛାବଛା ଟପ୍ ଟେନ୍ ପ୍ଲେୟାର ଲିଷ୍ଟରୁ ଅକ୍ସନ ଆରମ୍ଭ ହେବ ।

ଚଳିତବର୍ଷ ଆଇପିଏଲ ନିଲାମୀରେ ଓଡିଶାର ଦୁଇଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ସାମିଲ ହେବେ । ଓସିଏ ପକ୍ଷରୁ ୫ଜଣ ଖେଳାଳିଙ୍କ ନାଁ ଆଇପିଏଲରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏବର୍ଷ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବେ ।

The post ଆଜିଠୁ ଆଇପିଏଲ୍ ୨୦୨୨ ପାଇଁ ନିଲାମୀ; ଟପ୍ ଟେନ୍‌ରେ ୪ ଭାରତୀୟ appeared first on Odisha Reporter.



from Odisha Reporter https://ift.tt/lBJmdne

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages