ହିନ୍ଦୀ ଉତ୍ତରକୁ ନେଇ ଲୋକସଭାରେ କଥା କଟାକଟି ହେଲେ ସିନ୍ଧିଆ ଓ ଥରୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 3, 2022

ହିନ୍ଦୀ ଉତ୍ତରକୁ ନେଇ ଲୋକସଭାରେ କଥା କଟାକଟି ହେଲେ ସିନ୍ଧିଆ ଓ ଥରୁର

ନୂଆଦିଲ୍ଲୀ: ଦୁଇ ପୂର୍ବତନ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଶଶି ଥରୁର ଲୋକସଭାରେ ପରସ୍ପରକୁ ସମାଲୋଚନା କରିଛନ୍ତି। ହିନ୍ଦୀ ଉତ୍ତରକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟକାକଟି ହୋଇଛି। ସିନ୍ଧିଆ ପୂର୍ବରୁ କଂଗ୍ରେସରେ ଥିଲେ। ହେଲେ ସେ ବିଜେପିରେ ମିଶି କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ଶଶି ଥରୁର ପୂର୍ବଭଳି ଥିରୁଅନନ୍ତପୁରମରୁ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ଗୁରୁବାର ଉଭୟ ଲୋକସଭାରେ ହିନ୍ଦୀ ଉତ୍ତରକୁ ନେଇ ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ ଜଣେ ସାଂସଦ ଇଂରାଜୀରେ ପଚାରିଥିବା ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଉଥିବାରୁ ଥରୁର ଏହାକୁ ଅପମାନ ବୋଲି କହିଛନ୍ତି। ତାମିଲନାଡୁର ଜଣେ ସାଂସଦଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ସିନ୍ଧିଆ ଦେଇଥିଲେ। ସେ ହିନ୍ଦୀରେ ଉତ୍ତର ଦେବା ପରେ ଶଶି ଥରୁର ଇଂରାଜୀରେ କହିବାକୁ ଦାବି କରିଥିଲେ।

ଥରୁର କହିଥିଲେ, “ସାଂସଦ ପଚାରିଥିବା ଇଂରାଜୀ ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେବା ଅପମାନ। ମନ୍ତ୍ରୀ ଇଂରାଜୀ କୁହନ୍ତୁ। ତାଙ୍କୁ ଇଂରାଜୀରେ ଉତ୍ତର ଦେବାକୁ କୁହାଯାଉ। ଜବାବ ହିନ୍ଦୀରେ ଦିଅନ୍ତୁ ନାହିଁ। ଏହା ଲୋକଙ୍କ ପ୍ରତି ଅପମାନ।”

ଏହା ଶୁଣି ସିନ୍ଧିଆ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ଗୃହର ସଦସ୍ୟ ଏପରି ବୟାନ ଦେବା ବିସ୍ମୟଜନକ ବୋଲି ସେ କହିଥିଲେ। ସିନ୍ଧିଆ କହିଛନ୍ତି, “ମୁଁ ହିନ୍ଦୀରେ କହିବାରୁ ସଦସ୍ୟ ଆପତ୍ତି ଉଠାଉଛନ୍ତି। ଏହାଠାରୁ ଆଶ୍ଚର୍ଯ୍ୟ କିଛି ହୋଇ ନପାରେ। ଗୃହରେ ହିନ୍ଦୀ ଓ ଇଂରାଜୀ ପାଇଁ ଅନୁବାଦକ ଅଛନ୍ତି।’’

କଥା କଟାକଟି ବଢ଼ୁଥିବା ଦେଖି ଲୋକସଭା ବାଚସ୍ପତି ଓମ ବିର୍ଲା ଏଥିରେ ହସ୍ତକ୍ଷେପ କରିଥିଲେ। ସେ ଏହା କୌଣସି ପ୍ରକାରର ଅପମାନ ନୁହେଁ ବୋଲି କହିଥିଲେ।

The post ହିନ୍ଦୀ ଉତ୍ତରକୁ ନେଇ ଲୋକସଭାରେ କଥା କଟାକଟି ହେଲେ ସିନ୍ଧିଆ ଓ ଥରୁର appeared first on Odisha Reporter.



from Odisha Reporter https://ift.tt/7yx1QwG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages