ବାରଣ୍ଡାରେ ଶୋଇଥିଲେ ବାପପୁଅ, ଦଳିଦେଲା ଦନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 3, 2022

ବାରଣ୍ଡାରେ ଶୋଇଥିଲେ ବାପପୁଅ, ଦଳିଦେଲା ଦନ୍ତା

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ରାତିର ଅନ୍ଧାରରେ ଦନ୍ତା ମଚାଇଲା ତାଣ୍ଡବ । ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା । ଦନ୍ତା ଆକ୍ରମଣରେ ୫ ବର୍ଷୀୟ ଶିଶୁପୁତ୍ର ଘଟଣାସ୍ଥଳରେ ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ବାପା। ଏପରି ଛାତିଥରା ଘଟଣା ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହୁଲଡଗର ଗାଁରେ  ଘଟିଛି । ମୃତକ ହେଲେ ରିଶି ଜେରେଇ । ତାଙ୍କ ବାପା ରସାନନ୍ଦ ଜେରେଇ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ , ଗତକାଲି ରାତିରେ ରସାନନ୍ଦଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ସେ ନିଜ ୫ ବର୍ଷର ପୁଅ ସହ ଘର ବାରଣ୍ଡାରେ ଶୋଇଥିଲେ।   ମାତ୍ର ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ତାଙ୍କ ଘର ଆଡ଼କୁ ମାଡ଼ି ଆସିଥିଲା। ହାତୀଟି ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ଏବଂ ପରେ ୫ ବର୍ଷର ଶିଶୁପୁତ୍ରର ମୁଣ୍ଡରେ ଦଳି ଦେଇଥିଲା ।

ବାପପୁଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ବାପା ରସାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଦନ୍ତାକୁ ନେଇ ଗାଁରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

The post ବାରଣ୍ଡାରେ ଶୋଇଥିଲେ ବାପପୁଅ, ଦଳିଦେଲା ଦନ୍ତା appeared first on Odisha Reporter.



from Odisha Reporter https://ift.tt/fOplQhz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages