ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭ ନିର୍ବାଚନ ଲାଗି ଚାଲଛି ଭୋଟିଂ। ୧୧୭ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ତେବେ ଏହାପୂର୍ବରୁ ହରିୟାଣାର ସୋନିପତିରୁ ଧରାପଡିଛନ୍ତି ୪ ଖଲିସ୍ତାନୀ ଆତଙ୍କବାଦୀ। ଶନିବାର ଖଲିସ୍ତାନୀ ସଙ୍ଗଠନ ସହ ଜଡିତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି ପୁଲିସ। ଏମାନେ ପଞ୍ଜାବ ନିର୍ବାଚନରେ ଅଘଟଣା ଘଟାଇବା ପାଇଁ ଯୋଜନା କରିଥିବା ପୁଲିସ କହିଛି।
ସୂଚନା ମୁତାବକ, ଗତକାଲି ପୁଲିସ ୩ ଜଣ ଆତଙ୍କବାଦୀଙ୍କୁ ହରିଆଣାର ଜୁଆଁ ଗାଁରୁ ଗିରଫ କରିଥିବା ବେଳେ ଜଣକୁ ସନ୍ଧ୍ୟାରେ ସୋନିପତରୁ ଗିରଫ କରିଥିଲା। ଗିରଫ ଆତଙ୍କବାଦୀମାନେ ସୋସିଆଲ ମିଡିଆ ଜରିଆରେ ଖାଲିସ୍ତାନ ଟାଇଗର ଫୋର୍ସ ଏବଂ ଇଣ୍ଟରନ୍ୟାସନାଲ ଶିଖ ୟୁଥ ଫେଡେରେସନ୍ ସହିତ ଜଡିତ ଥିଲେ।
ପୁଲିସ ଏହି ଚାରି ଜଣଙ୍କ ଠାରୁ ଗୋଟିଏ AK-47, ଚାରିଟି ବିଦେଶୀ ପିସ୍ତଲ, ଗୋଟିଏ ଦେଶି ବନ୍ଧୁକ ଏବଂ ୫୬ଟି ଜୀବନ୍ତ ଗୁଳି ଜବତ କରିଛି। ଏହି ଚାରିଜଣ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ କାନାଡାରେ ବସିଥିବା ଆତଙ୍କବାଦୀଙ୍କ ସହ ଜଡିତ ଥିଲେ। ପଞ୍ଜାବ ପୁଲିସ ଏବଂ ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନାକୁ ଉପରେ ଆଧାର କରି ପୁଲିସ ଏମାନଙ୍କ ଅନ୍ୟ ସହଯୋଗୀମାନଙ୍କୁ ଖୋଜୁଛି।
ଏଏନ୍ଆଇ ରିପୋର୍ଟ ମୁତାବକ, ଏହି ଆତଙ୍କବାଦୀମାନେ ସୋଶାଲ ମିଡିଆ ମାଧ୍ୟମରେ ପଞ୍ଜାବରେ ନିର୍ବାଚନରେ ଅପ୍ରତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା କରିଥିଲେ। ଡିସେମ୍ବର ୮ ତାରିଖରେ ଏମାନେ ପଞ୍ଜାବର ରୋପରରେ ଅବତାର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ।
Haryana Police arrests 4 men associated with 'Khalistan' terrorists in Sonipat, recovers weapons including AK-47
Read @ANI Story | https://t.co/r0JYHXBvmq#Haryana pic.twitter.com/thA5NyI2df
— ANI Digital (@ani_digital) February 19, 2022
The post ପଞ୍ଜାବ ନିର୍ବାଚନ: ୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ appeared first on Odisha Reporter.
from Odisha Reporter https://ift.tt/AXQomue
No comments:
Post a Comment