ମୁମ୍ବାଇ: ପୁଣି ଅଡୁଆରେ ଶାହାରୁଖ ଖାନ୍ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଏପରିକି ସେ ଜେଲ୍ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଳିଆତି ଅଭିଯୋଗ ଆସିଛି। ଏହାକୁ ନେଇ ମହାରାଷ୍ଟ୍ର ଥାଣେ ଜିଲ୍ଲା କୋପାରୀ ପୁଲିସ ଷ୍ଟେସନରେ ସୀମାରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି।
ଅଭିଯୋଗ ମୁତାବକ, ୧୯୯୬-୯୭ ମଧ୍ୟରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍ ଥିଲା। ସେ ସେହି ସମୟରେ ଏକ ଚୁକ୍ତିନାମା କରିବାକୁ ମଧ୍ୟ ଯୋଗ୍ୟ ନଥିଲେ। କିନ୍ତୁ ଥାଣେର ସଦ୍ଗୁରୁ ହୋଟେଲ ଓ ବାର୍ ପାଇଁ ଲାଇସେନ୍ସ ହାସଲ କରିବା ଲାଗି ଷ୍ଟାମ୍ପ ପେପର୍ ନିଜ ବୟସ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଥିବା ଦାବି କରିଥିଲେ। ସମୀର ୱାଙ୍ଖଡେ ମିଛ କହି ବାରର ଲାଇସେନ୍ସ ହାସଲ କରିଥିଲେ। ନିଜ ବୟସରେ ସେ ଜାଲିଆତି କରିଥିବା ଅବକାରୀ ବିଭାଗ ଅଭିଯୋଗ କରିଛି। ଏହି ଅଭିଯୋଗକୁ ଆଧାର କରି ଆଗାମୀ ସମୟରେ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିପାରେ। ତାଙ୍କୁ ଅନେକ ଜେରାର ସମ୍ମୁଖୀନ ହେବାକୁ ପଡିପାରେ।
ଏହାପୂର୍ବରୁ ସମୀରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍ ମାମଲାରେ ଜଣେ ସ୍ୱତନ୍ତ୍ର ସାକ୍ଷୀ ଏହି ଅଭିଯୋଗ ଆଣିଥିଲେ। କିରଣ ଗୋସାଭିଙ୍କ ଅଙ୍ଗରକ୍ଷକ ଥିବା ପ୍ରଭାକର ସେଲ ଦାବି କରିଥିଲେ ଯେ ଶାହାରୁଖ ଖାନଙ୍କ ପୁଅକୁ ଛାଡିବା ପାଇଁ ୨୫ କୋଟିର ଡିଲ୍ ହୋଇଥିଲା। ପରେ ଶେଷରେ ଏହି ଡିଲ୍ ୧୮ କୋଟିରେ ଫାଇନାଲ ହୋଇଥିଲା। ସେଥିରୁ ୮ କୋଟି ସମୀର ୱାଙ୍ଖଡେ ନେଇଥାନ୍ତେ ବୋଲି ସେ ଅଭିଯୋଗ ଆଣିଥିଲେ।
ଏହାପରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକଙ୍କ ଟାର୍ଗେଟରେ ଆସିଥିଲେ ୱାଙ୍ଖଡେ। ସମୀରଙ୍କ ବିରୋଧରେ ସେ ଅନେକ ଗୁରୁତର ଅଭିଯୋଗ ମଧ୍ୟ କରିଥିଲେ। ତେବେ, ପରେ ୱାଙ୍ଖଡେଙ୍କ ପରିବାର ବିଷୟରେ ଦେଇଥିବା ବିବୃତ୍ତି ପାଇଁ ମଲିକଙ୍କୁ କ୍ଷମା ମାଗିବାକୁ ପଡିଥିଲା।
He was below 18 years of age in 1996-97 and was not eligible to do these agreements but he claimed to be a major on a Stamp paper in his agreement deed for Sadguru Hotel of Thane. (2/2)
— ANI (@ANI) February 20, 2022
The post ପୁଣି ଅଡୁଆରେ ସମୀର ୱାଙ୍ଖଡେ, ଯାଇପାରନ୍ତି ଜେଲ୍! appeared first on Odisha Reporter.
from Odisha Reporter https://ift.tt/YdrMvpB
No comments:
Post a Comment