ଭୋପାଲ: ମଧ୍ୟପ୍ରଦେଶର କାଟନି ଜିଲ୍ଲାର ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ିବା ପରେ ସେଠାରେ କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକଙ୍କୁ ମାଟି ତଳେ ପୋତି ହୋଇଯାଇଥିଲା। ଏଥିମଧ୍ୟରୁ ୭ଜଣ ଶ୍ରମିକଙ୍କୁ ରବିବାର ସକାଳେ ଜୀବନ୍ତ ଉଦ୍ଧାର କରାଯାଇଛି। ମାଟି ତଳେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକମାନେ ମଧ୍ୟ ଜୀବିତ ଥିବା ଏସ୍ଡିଏମ୍ ସୂଚନା ଦେଇଛନ୍ତି। ନର୍ମଦା ଘାଟି କେନାଲ ପ୍ରକଳ୍ପ ଅଧୀନରେ ଅଣ୍ଡରଗ୍ରାଉଣ୍ଡ କେନାଲ କାମ ଚାଲିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
କାଟନି ଜିଲ୍ଲାପାଳ ପ୍ରିୟଙ୍କା ମିଶ୍ରାଙ୍କ କହିବା ମୁତାବକ, ଯେଉଁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସ୍ୟାସ୍ଥାବସ୍ଥା ସାମାନ୍ୟ ଗୁରୁତର ରହିଛି। ସେପଟେ ମଧ୍ୟ ପ୍ରଦେଶ ଗୃହ ବିଭାଗର ପ୍ରମୁଖ ସଚିବ ରାଜେଶ ରାଜୋରା କହିଛନ୍ତି, ବର୍ତ୍ତମାନ ଯାଏ ୭ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନନ୍ୟ ୨ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରାହିଛି। ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ସକୁଶଳ ସମ୍ପନ୍ନ ହେବା ନେଇ ସେ ଆଶା କରିଛନ୍ତି।
ସୂଚନା ମୁତାବକ, ଗତକାଲି ନିର୍ମାଣଧୀନ ଟନେଲର ଏକ ଭାଗ ଭୁଶୁଡି ଯାଇଥିଲା। ଫଳରେ ସେଠାରେ କାମ କରୁଥିବା ୯ଜଣ ଶ୍ରମିକ ମାଟି ତଳେ ଦବି ଯାଇଥିଲେ। ସ୍ଲିମନାବାଦ ଅଞ୍ଚଳର ଏନ୍ଏଚ୍-୩୦ ତଳ ଭାଗ ଦେଇ ଏହି ଟନେଲର ତିଆରି ଚାଲିଥିଲା।
स्लीमनाबाद के पास हुए टनल हादसे के दौरान फंसे मजदूर इंद्रमणी कोल उम्र 30 वर्ष निवासी ग्राम बड़कुर थाना चितरंगी जिला सिंगरौली को रेस्क्यू में जुटी एसडीआरएफ की टीम ने सकुशल बाहर निकाला। शेष मजदूरों को भी सुरक्षित निकालने के प्रयास जारी हैं। – कलेक्टर @PriyankM_IAS#JansamparkKatni pic.twitter.com/wRzseZz0mj
— Collector Katni (@CollectorKatni) February 12, 2022
The post ଭୁଶୁଡିଲା ଟନେଲ, ମାଟିତଳୁ ଜୀବନ୍ତ ଉଦ୍ଧାର ହେଲେ ୭ ଶ୍ରମିକ appeared first on Odisha Reporter.
from Odisha Reporter https://ift.tt/RgsjoxL
No comments:
Post a Comment