ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ। କୋଟିଏ କି ଦୁଇ କୋଟି ନୁହେଁ କିମ୍ବା ଶହେ କି ଦୁଇ ଶହ କୋଟି ବି ନୁହେଁ। ଏକାଥରକେ ୨୨ ହଜାର ୮୪୨ କୋଟି ଟଙ୍କାର ହୋଇଛି ଠକେଇ। ତା’ପୁଣି ଭାରତୀୟ ଷ୍ଟେଟ ବ୍ୟାଙ୍କ-SBI ସମେତ ଅନ୍ୟ ୨୭ଟି ବ୍ୟାଙ୍କକୁ ଲଗାଯାଇଛି ଚୁନା। ଗତକାଲି ଏତେବଡ଼ ବ୍ୟାଙ୍କ ଠକେଇ ହୋଇଥିବା କଥା ପଦାକୁ ଆସିଛି।
ଜାହାଜ ନିର୍ମାଣକାରୀ ତଥା ମରାମତି କରୁଥିବା ଦେଶର ଏକ ପ୍ରମୁଖ କମ୍ପାନି ABG ସିପ୍ୟାର୍ଡ ଲିମିଟେଡ୍ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍-CBI କମ୍ପାନି ନାଁରେ ମାମଲା ରୁଜୁ କରିବା ସହ ଦେଶରେ ଅନେକ ସ୍ଥାନରେ ଚଢ଼ାଉ କରିଛି। ମୁମ୍ବାଇର ଓଭରସିସ୍ SBI ବ୍ରାଞ୍ଚରୁ ଏହି ଠକେଇ ଆରମ୍ଭ ହୋଇଛି। ପରେ ଦିଲ୍ଲୀର ଏକାଧିକ ଶାଖାରେ ସମାନ ଭାବେ ଠକେଇ କରାଯାଇଛି।
ଏପ୍ରିଲ ୨୦୧୨ରୁ ଜୁଲାଇ ୨୦୧୭ ମଧ୍ୟରେ SBIର ୨୯୨୫ କୋଟି, ICICI ୭୦୮୯ କୋଟି, ବ୍ୟାଙ୍କ ଅଫ୍ ବରୋଦାର ୧୬୧୪ କୋଟି, ପିଏନ୍ବି ୧୨୪୪ କୋଟି ଠକେଇ, IDBI ୩,୬୩୯ କୋଟି ଠକେଇ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ୧,୨୨୮ କୋଟି ଠକେଇର ଶିକାର ହୋଇଛନ୍ତି।
ଦୁଇ ଦଶଦ୍ଧି ଧରି ସୁରତ ଓ ମୁମ୍ବାଇରେ ଜାହାଜ ନିର୍ମାଣ କରୁଛି ଏବିଜି ଲିମିଟେଡ୍। ଏହାରି ଭିତରେ ୧୬୦ରୁ ଅଧିକ ଜାହାଜର ନିର୍ମାଣ କରିଥିବା କମ୍ପାନି ବ୍ୟାପକ ମାତ୍ରାରେ କ୍ଷତି ସହିଥିଲା। ଏହାର ଭରଣା କରିବାକୁ ଯାଇ ଋଣ ଓ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ LOU ଅଣାଯାଇ ଠକେଇ କରିଥିବା ଜଣାପଡ଼ିଛି।
ଏବେ ଏହି ମାମଲାରେ ସିବିଆଇ ABGର ତତ୍କାନୀଳ ପ୍ରତିଷ୍ଠାତା ଚେୟାରମ୍ୟାନ୍ ଓ ଏମ୍ଡି ରିଶି କମଲେଶ ଅଗ୍ରୱାଲଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେଥିରେ ରହିଛନ୍ତି କମ୍ପାନିର ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ ଅଗ୍ରୱାଲ୍, ରବି ବିମଲ୍ ପ୍ରମୁଖ। ଏହି ସମସ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ରଚିବା, ଅପରାଧିକ ବିଶ୍ୱାସ ଭଙ୍ଗ, ପଦବୀର ଅପବ୍ୟବହାର ଆଦି ମାମଲା ରୁଜୁ ହୋଇଛି। ପିଏନ୍ବି ସ୍କାମ୍ ମାମଲାରେ ନିରବ ମୋଦି ନାଁରେ ୧୪ ହଜାର କୋଟି ଟଙ୍କା ଠକେଇ ମାମଲା ଥିଲା। ହେଲେ ଏବେ ଏହା ତାକୁ ବି ଟପି ଯାଇଛି।
CBI has registered an FIR against ABG Shipyard and its directors for allegedly cheating 28 banks of Rs 22,842 crores
Visuals from ABG's shipyard in Surat, Gujarat pic.twitter.com/A9yo4pQvYE
— ANI (@ANI) February 13, 2022
The post ସବୁଠୁ ବଡ଼ ସ୍କାମ, ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟିର ଠକେଇ appeared first on Odisha Reporter.
from Odisha Reporter https://ift.tt/pAP5CXT
No comments:
Post a Comment