ହିଜାବ ବିବାଦ: ପିଟିସନ ଦାଖଲ କରିଥିବା ଛାତ୍ରୀଙ୍କ ଭାଇଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 21, 2022

ହିଜାବ ବିବାଦ: ପିଟିସନ ଦାଖଲ କରିଥିବା ଛାତ୍ରୀଙ୍କ ଭାଇଙ୍କୁ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦେଖିବାକୁ ମିଳିଥିବା ହିଜାବ ବିବାଦ ଦିନକୁ ଦିନ ହିଂସାତ୍ମକ ରୂପ ନେବାକୁ ବସିଲାଣି। ଉଡୁପିରେ ହଜାବ ସପକ୍ଷରେ ପିଟିସନ ଦାଖଲ କରିଥିବା ଛାତ୍ରୀ ହାଜରା ଶୈଫାଙ୍କ ଭାଇଙ୍କୁ ଦକ୍ଷିଣ ପନ୍ଥୀ ଚିନ୍ତାଧାରାର ସମର୍ଥକମାନେ ଆକ୍ରମଣ କରିଛନ୍ତି। ଏଥିରେ ସେ ଗୁରୁତର ହୋଇ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

ସୋମବାର ରାତି ପ୍ରାୟ ୯ଟା ବେଳେ ଶୈଫାଙ୍କ ଭାଇ ସୈଫଙ୍କୁ ମାଲେପ ଠାରେ ଥିବା ବିସମିଲ୍ଲା ହୋଟେଲ ନିକଟରେ ଆକ୍ରମଣ କରାଯାଇଛି। ଶୈଫା ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସଂଘବଦ୍ଧ ଭାବେ ମୋ ଭାଇଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଆକ୍ରମଣ କରାଯାଇଛି। କାରଣ ମୁଁ ହିଜାବ ସପକ୍ଷରେ ରହିଛି, ଯାହା କି ମୋର ଅଧିକାର।

ଆମ ଘର ଓ ଅନ୍ୟାନ୍ୟ ଜିନିଷକୁ ବି ନଷ୍ଟ କରାଯାଇଛି। ଏପରି କାହିଁକି ହେଉଛି? କ’ଣ ମୁଁ ମୋର ଅଧିକାର ପାଇଁ ଦାବି କରିପାରିବି ନାହିଁ? ଆଗାମୀ ଦିନରେ କିଏ ପୀଡ଼ିତ/ପୀଡ଼ିତା ହେବେ? ସଂଘ ପରିବାର ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଦାବି କରୁଛି।” ସେ ନିଜର ଏହି ଟ୍ୱିଟକୁ ଉଡୁପି ପୁଲିସ୍‌କୁ ଟ୍ୟାଗ ମଧ୍ୟ କରିଛନ୍ତି।


ଗତବର୍ଷ କିଛି ପିଲାଙ୍କୁ ସ୍କୁଲରେ ହିଜାବ ପିନ୍ଧିବାକୁ ବାରଣ କରାଯିବାରୁ ବିବାଦ ସୃଷ୍ଟି ହୋଇଥିଲା। ଉଡୁପିରୁ ଆରମ୍ଭ ହୋଇଥିବା ଏହି ବିବାଦ ଧୀରେଧୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନକୁ ବ୍ୟାପିଛି। ହିଜାବ ପିନ୍ଧି ମୁସଲିମ ଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଆସିବାରୁ ଦକ୍ଷିଣ ପନ୍ଥୀ ସମର୍ଥକମାନେ ଗେରୁଆ ରଙ୍ଗର ଉତ୍ତରୀୟ ଓ ପଗଡ଼ି ପିନ୍ଧି ଆସିଥିଲେ। ଏହାକୁ ନେଇ ବାଦବିବାଦ ଲାଗିବାରୁ ମାମଲା କର୍ଣ୍ଣାଟକା ହାଇକୋର୍ଟରେ ପହଞ୍ଚିଛି।

ଆକ୍ରମଣର ଶିକାର ହୋଇଥିବା ଯୁବକ

The post ହିଜାବ ବିବାଦ: ପିଟିସନ ଦାଖଲ କରିଥିବା ଛାତ୍ରୀଙ୍କ ଭାଇଙ୍କୁ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/DC4qYdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages