ବରଯାତ୍ରୀ ଗାଡ଼ି ଧକ୍କାରେ ଓଲଟିଲା ଟ୍ରକ୍‌; ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 21, 2022

ବରଯାତ୍ରୀ ଗାଡ଼ି ଧକ୍କାରେ ଓଲଟିଲା ଟ୍ରକ୍‌; ୪ ମୃତ

ଭବାନୀପାଟଣା(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଏନଏଚ ୨୧୭ ତୁର୍ଳାଖମନଠାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଧାନ ବୋଝେଇ ଟ୍ରକ୍‌କୁ  ବରଯାତ୍ରୀ ନେଇ ଯାଉଥିବା ଏକ ବୋଲେରୋ ପଛରୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଧକ୍କାରେ ଧାନ ବୋଝେଇ ଟ୍ରକଟି ଓଲଟି ପଡ଼ିଛି। ଏଥିଯୋଗୁ ଘଟଣାସ୍ଥଳରେ ୪ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି କେସିଙ୍ଗା ଥାନା ଅଞ୍ଚଳର ଜଣେ ଯୁବକଙ୍କର ବଲାଙ୍ଗୀର ଜିଲ୍ଲା ଶିଶକେଲା ପିପଲପଦର ଅଞ୍ଚଳରେ ବିବାହ ଥିଲା  । ଏଥିନିମନ୍ତେ ବରଯାତ୍ରୀ ପିପଲପଦର ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୧ ଜଣ କେସିଙ୍ଗା ଫେରୁଥିଲେ।

ତୁର୍ଳାଖମନଠାରେ ବୋଲେରୋଟି ଆଗରେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ୍‌କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ପୁରଷ ଓ ୩ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ କେସିଙ୍ଗା ହସ୍ପିଟାଲ ଓ ପରେ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଆହତଙ୍କ ମଧ୍ୟରେ ଏକ ଶିଶୁ  ଥିବା ବେଳେ ତାକୁ ବୁର୍ଲା ମେଡ଼ିକାଲ  ପଠାଯାଇଛି।

ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା। ଖବର ପାଇ  ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରି ଗୁରୁତରଙ୍କୁ ତୁରନ୍ତ ମେଡିକାଲ ପଠାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

The post ବରଯାତ୍ରୀ ଗାଡ଼ି ଧକ୍କାରେ ଓଲଟିଲା ଟ୍ରକ୍‌; ୪ ମୃତ appeared first on Odisha Reporter.



from Odisha Reporter https://ift.tt/XqVtKbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages