ବ୍ରହ୍ମପୁର(ଅଶୋକ ବ୍ରହ୍ମା): ମୋ ମୁଣ୍ଡ ଉପରୁ ବାପାମା’ଙ୍କ ହାତ ଉଠାଇ ନେଲା ପୁଲିସ୍। ବାପାଙ୍କୁ ବାନ୍ଧି ନେଲା । ମା’ ଥିଲା ଯେ, ପୁଲିସ୍ ମାଡ଼ରେ ମା’ ବି ଆଖି ବୁଜିଲା। କୋହଭରା କଣ୍ଡରେ ଏପରି କହିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଧାଡି ଆମ୍ବ ଗ୍ରାମର ଜଣେ ନାବାଳକ ।
ଗତ ୨୨ ତାରିଖରେ ପାତ୍ରପୁର ବିଡିଓ ପ୍ରକାଶ ଦାସଙ୍କୁ ଧାଡି ଆମ୍ବ ଗ୍ରାମର କିଛି ମହିଳା ଓ ଯୁବକ ଅପହରଣ କରି ୪ ଘଣ୍ଟା ଯାଏ ବନ୍ଦୀ କରି ରଖିଥିଲେ। ଖବର ପାଇ ପୁଲିସ୍ ବିଡିଓଙ୍କୁ ଛଡ଼ାଇବାକୁ ସେଠାରେ ସଦଳବଳ ପହଞ୍ଚିଥିଲା। ପୁଲିସ ସେଠାରୁ ବିଡିଓଙ୍କୁ ମୁକୁଳାଇଥିବା ବେଳେ ତାଙ୍କୁ ଅଟକ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିଲା।
ତେବେ ସ୍ୱାମୀଙ୍କ ଗିରଫଦାରୀକୁ ପତ୍ନୀ ରାହସ ଶବର ବିରୋଧ କରିଥିବା ବେଳେ ପୁଲିସ୍ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ମେଡିକାଲ ଯାଇପାରୁ ନ ଥିଲେ। ଗତ କିଛି ଦିନ ହେବ ମହିଳାଜଣକ ଛାତିରେ ଯନ୍ତ୍ରଣା ହେଉଥିବା କହୁଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ପୁଅ। ଏପରିକି ପୁଲିସ୍ ମାଡ଼ ଯୋଗୁ ମୋ ମା’ ଚାଲିଗଲା ବୋଲି ସାଂଘାତିକ ଅଭିଯୋଗ ବି କରିଛନ୍ତି।
ଏନେଇ ପରିବାର ପକ୍ଷରୁ ଜରଡା ଥାନାରେ ଅଭିଯୋଗ ବି ଦିଆଯାଇଛି। ସେପଟେ କାଲି ରାତିରେ ହିଁ ଶବ କୁ ବ୍ରହ୍ମପୁର ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି । ମହିଳାଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି ହୋଇଛି । ସେପଟେ ଘଟଣାକୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ।
The post ସାଂଘାତିକ ଅଭିଯୋଗ ଆଣିଲା ନାବାଳକ- ମୋ ମା’କୁ ମାରିଦେଲା, ବାପାକୁ ବାନ୍ଧି ନେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/1H5aqIC
No comments:
Post a Comment