ପୁଟିନଙ୍କ ସହ କ’ଣ ସବୁ କଥା ହେଲେ ମୋଦି, କେମିତି ୟୁକ୍ରେନରୁ ଫେରିବେ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 24, 2022

ପୁଟିନଙ୍କ ସହ କ’ଣ ସବୁ କଥା ହେଲେ ମୋଦି, କେମିତି ୟୁକ୍ରେନରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ କିଭରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ୟୁକ୍ରେନ ତା’ର ବାୟୁସୀମାକୁ ବନ୍ଦ କରି ଦେଇଥିବାରୁ ଭାରତ ସରକାର ବିମାନ ମଧ୍ୟ ପଠାଇ ପାରୁନାହାନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପୁଟିନ ତାଙ୍କୁ ୟୁକ୍ରେନ୍ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି। ଏଥିସହ ଭାରତୀୟଙ୍କ ସୁରକ୍ଷିତ ଫେରାଇ ଆଣିବାକୁ ରୁଷ ପ୍ରତିଶ୍ରୁତିବଦ୍ଧ ବୋଲି ପୁଟିନ ଫୋନ ଯୋଗେ ମୋଦିଙ୍କୁ କହିଛନ୍ତି। ମୋଦି ମଧ୍ୟ ୟୁକ୍ରେନରେ ଚାଲିଥିବା ଲଢ଼େଇକୁ ତୁରନ୍ତ ବନ୍ଦ କରିବାକୁ ପୁଟିନଙ୍କୁ ନିବେଦନ କରିଛନ୍ତି।

ଦୀର୍ଘ ୨୫ ମିନଟ୍‌ ଧରି ଉଭୟ ନେତା ଆଲୋଚନା କରିଥିଲେ। ଏହି ସମୟରେ ମୋଦି ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ପୁଟିନଙ୍କୁ ବୁଝାଇଛନ୍ତି। କୂଟନୀତିକ ସ୍ତରରେ ଆଲୋଚନା ବିବାଦର ସମାଧାନର ରାସ୍ତା ବାହାର କରିପାରିବ। ରୁଷିଆ ଓ ନାଟୋ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆଲୋଚନା ଏକମାତ୍ର ରାସ୍ତା ବୋଲି ମୋଦି କହିଛନ୍ତି। ଏଥିସହ ସେ ସବୁ ପକ୍ଷଙ୍କୁ କୁଟନୀତିକ ବୁଝାମଣା ଓ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି।

ମୋଦି ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗରେ ପୁଟିନଙ୍କ ଆଗରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କେମିତି ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ, ସେଥିପାଇଁ ଭାରତ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ମୋଦି କହିଛନ୍ତି। ଆଞ୍ଚଳିକ ସ୍ୱାର୍ଥ ପ୍ରସଙ୍ଗରେ ଉଭୟ ଦେଶର କୁଟନୀତିକ ଟିମ୍ ନିୟମିତ ଯୋଗାଯୋଗରେ ରହିବେ ବୋଲି ଉଭୟ ମୋଦି ଓ ପୁଟିନ ରାଜି ହୋଇଥିବା ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗରେ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ଜନିତ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଭାରତର ଆଭିମୁଖ୍ୟ କ’ଣ ରହିବ ସେ ବାଦରେ ଆଲୋଚନା ହୋଇଛି।

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ କ୍ୟାବିନେଟ ସଚିବ ପ୍ରମୁଖ ସାମିଲ ହୋଇଥିଲେ। ଏହି ବୈଠକ ପରେ ହିଁ ମୋଦି ଫୋନ ଯୋଗେ ପୁଟିନଙ୍କ ସହ କଥା ହୋଇଥିଲେ। ପୁଟିନଙ୍କ ସହ କଥା ହୋଇ ଯୁଦ୍ଧ ବିପଦ ଟାଳିବାକୁ ୟୁକ୍ରେନ ମଧ୍ୟ ମୋଦିଙ୍କୁ ଅନୁରୋଧ କରିଥିଲା।

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଆମେରିକା ଓ ରୁଷ ସହ ଆଲୋଚନା କରିଛନ୍ତି। ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିନକେନ୍ ରୁଷର ପୂର୍ବ ନିର୍ଦ୍ଧାରିତ, ଅନ୍ୟାୟୋଚିତ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଜୟଶଙ୍କର ରୁଷର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଆପୋଷ ବୁଝାମଣା ଓ କୂଟନୀତିକସ୍ତରରେ ବିବାଦର ସାମାଧାନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ୟୁକ୍ରେନରେ ଫସି ରହିଥିବା ଭାରତୀୟ ମାନଙ୍କୁ ଆଣିବା ପାଇଁ ରୋମାନିଆ, ହଙ୍ଗେରୀ ଓ ସ୍ଲୋଭାକିଆ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଛନ୍ତି।

ରୁଷର ଆକ୍ରମଣ ପରେ ୟୁକ୍ରେନର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁ ସେଠାରେ ଫସି ରହିଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି। ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ। ସେହିପରି ରୋମାନିଆ ଓ ସ୍ଲୋଭାକିଆର ସଡ଼କ ପଥ ଦେଇ ଭାରତୀୟମାନେ ଆସିବା ପରେ ସେମାନଙ୍କୁ ସେଠାରୁ ଏୟାରଲିଫ୍ଟ କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ସୂଚନା ଦେଇଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ଲୋକଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି।

The post ପୁଟିନଙ୍କ ସହ କ’ଣ ସବୁ କଥା ହେଲେ ମୋଦି, କେମିତି ୟୁକ୍ରେନରୁ ଫେରିବେ ଭାରତୀୟ appeared first on Odisha Reporter.



from Odisha Reporter https://ift.tt/YcmxAX0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages