ଭାରତୀୟ ଛାତ୍ରଛାତ୍ରୀଙ୍କ ଗୁହାରୀ -ଆମକୁ ଗୋରୁ ପରି ପିଟୁଛି ୟୁକ୍ରେନ ସେନା, ଉଦ୍ଧାର କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 27, 2022

ଭାରତୀୟ ଛାତ୍ରଛାତ୍ରୀଙ୍କ ଗୁହାରୀ -ଆମକୁ ଗୋରୁ ପରି ପିଟୁଛି ୟୁକ୍ରେନ ସେନା, ଉଦ୍ଧାର କର

କିଭ: ୟୁକ୍ରେନ ଛାତି ଉପରେ ରୁଷ ଜୋରଦାର ଲଢ଼େଇ ଚଳାଇଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ସେଠାରେ ଫସିଥିବା ନାଗରିକ ଓ ଭାରତୀୟ ଛାତ୍ରଛାତ୍ରୀ।  ଭାରତ ସରକାରଙ୍କ ତତ୍ପରତା ହେତୁ ଯୁଦ୍ଧ ଆରମ୍ଭରୁ ବହୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧର ବିଭିଷୀକାରୁ ମୁକୁଳାଇ ସ୍ୱଦେଶ ଫେରାଇ ଅଣାଯାଇଛି । ହେଲେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଏପରିକି ସେଠାରେ ସେମାନେ ୟୁକ୍ରେନ ସେନା ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି।

ୟୁକ୍ରେନ ସେନା ସେମାନଙ୍କୁ ଗୋରୁଗାଈ ପରି ପିଟୁଥିବା କହି  ଉଦ୍ଧାର ପାଇଁ ଭିଡିଓ ଜରିଆରେ ମୁକୁଳାଇବା ପାଇଁ କରୁଣ ନିବେଦନ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ ।  ସେମାନଙ୍କ ସହ ଭେଦଭାବ ନୀତି ଆପଣାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ଏପରିକି ନିଜ ଉପରେ ବିତୁଥିବା  ଲୋମଟାଙ୍କୁରା କାହାଣୀର ଭିଡିଓ କରି  ଉଦ୍ଧାର ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ବହୁ ଛାତ୍ରଛାତ୍ରୀ।  

ସୂଚନା ଅନୁଯାୟୀ, ଭାରତୀୟ ଛାତ୍ରଙ୍କ ଏକ ଦଳ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୀର୍ଘ ବାଟ ଚାଲି ଚାଲି ରୋମାନିଆ ସୀମାରେ ପହଞ୍ଚିଥିଲେ। ମାତ୍ର ବହୁ କାକୁତିମିନତି ସତ୍ତ୍ୱେ ସେମାନଙ୍କ ରୋମାନିଆ ବର୍ଡରରେ ଏଣ୍ଟ୍ରି  ମିଳି ନ ଥିଲା। ଏପରି ସେଠାରେ ମୁତୟନ ଥିବା ୟୁକ୍ରେନ ପୁଲିସ୍‌ ସେମାନଙ୍କୁ ବାଡ଼ିରେ ଆଖିବୁଜା ପିଟିଥିବା ବଖାଣିଛନ୍ତି କିଛି ଭାରତୀୟ ଛାତ୍ରଛାତ୍ରୀ।

ଏନେଇ ଏକ ଅଡିଓ ବାର୍ତ୍ତାରେ ଜଣେ ଛାତ୍ରୀ କହିଛନ୍ତି, ସେଠାରେ କେବଳ ୟୁକ୍ରେନବାସୀଙ୍କୁ ବର୍ଡର ପାର୍‌ କରିବାକୁ ପ୍ରାଥମିକତା ଦିଆଯାଉଛି। ବହୁ ଗୁହାରୀ କରିବା ପରେ କେବଳ ଭାରତୀୟ ଛାତ୍ରୀଙ୍କୁ ୟୁକ୍ରେନ ଛାଡ଼ିବାକୁ ଅନୁମତି ମିଳୁଛି। ଏହାପରେ ସେଠାରେ ପୁଲିସ୍‌ ପହଞ୍ଚି ଭାରତୀୟ ଛାତ୍ରଙ୍କୁ ନିର୍ଧୂମ ପିଟିଥିବା ସହ ଅକଥନୀୟ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି।  ଏପରିକି ସେଠାରେ ଉପସ୍ଥିତି ଛାତ୍ରଛାତ୍ରୀଙ୍କୁ ହାତରେ ମାରିବା ସହ ଲାତ ବି ମାରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ଏକ ସ୍ଥାନକୁ ନେଇ ଭିସା ପାଇବାକୁ ହେଲେ ହଣ୍ଟର ନାମକ ଗେମ୍‌ ଖେଳିବାକୁ ଧମକ ଦେଲେ।

ଏହାପୂର୍ବରୁ ୟୁକ୍ରେନ ଫେରନ୍ତା ତାମିଲନାଡ଼ୁର ଜଣେ ଛାତ୍ର କହିଛନ୍ତି, ରୋମାନିଆ ସୀମାରେ ପହଞ୍ଚିବା ନିମନ୍ତେ ଭାରତୀୟ ଛାତ୍ରଙ୍କୁ ଦୀର୍ଘ ୫ରୁ ୮ କିମି ଚାଲିବାକୁ ପଡ଼ୁଛି। ଏହାପରେ ବି ସେମାନଙ୍କୁ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି।

ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ୟୁକ୍ରେନ ସୀମା ପାର୍‌ କରିବା କାମ ତ୍ୱରିତ ଗତିରେ ଚାଲିଛି।  ହେଲେ ପୂର୍ବ ୟୁକ୍ରେନରେ ଏବେ ଯୁଦ୍ଧ ସ୍ଥିତି ସାଂଘାତିକ ଥିବା ବେଳେ ସେଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଫସିଥିବା ଜଣାଯାଇଛି।

The post ଭାରତୀୟ ଛାତ୍ରଛାତ୍ରୀଙ୍କ ଗୁହାରୀ -ଆମକୁ ଗୋରୁ ପରି ପିଟୁଛି ୟୁକ୍ରେନ ସେନା, ଉଦ୍ଧାର କର appeared first on Odisha Reporter.



from Odisha Reporter https://ift.tt/4pulBmk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages