ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ; ନାଚ, ଗୀତରେ ମସଗୁଲ କୁନି କୁନି ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 27, 2022

ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ; ନାଚ, ଗୀତରେ ମସଗୁଲ କୁନି କୁନି ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ ବର୍ଷ ପରେ ଆଜି ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ। ସ୍କୁଲମୁହାଁ ହେଲେ କୁନି କୁନି ପିଲା। ଫଳରେ ଯେଉଁ ପିଲା ସ୍କୁଲକୁ ଆଦୌ ଦେଖି ନ ଥିଲେ ସେମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏପରିକି ନୂଆ ସାଙ୍ଗସାଥୀଙ୍କ ଗହଳରେ ନିଜକୁ ହଜାଇ ଦେଇଛନ୍ତି।

ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାଙ୍କୁ  ସ୍କୁଲ ସହିତ ବାନ୍ଧି ରଖାଯିବ। ଆସନ୍ତା ସପ୍ତାହରୁ  ସେମାନେ ପାଠ ପଢ଼ିବେ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏପରିକି ଆଜି ସ୍କୁଲ ଖୋଲିବା ପୂର୍ବରୁ ଗତକାଲି ଅଭିଭାବକ ସମ୍ମିଳନୀ ହୋଇ ଅଭିଭାବକମାନଙ୍କ ମତାମତ ନିଆଯାଇଥିଲା। ଏହାପରଠୁ ଆଜି ସ୍କୁଲରେ ପାଦ ଥାପିଛନ୍ତି କୁନି କୁନି ଛାତ୍ରଛାତ୍ର। ଏପରିକି ପୂର୍ବରୁ କେବେ  ସ୍କୁଲ ଦୁଆର ମୁହଁ ମାଡ଼ି ନଥିବା କୁନି କୁନି ଛାତ୍ରଛାତ୍ରୀ ସ୍କୁଲ ପରିସରରେ ବହୁ ସାଙ୍ଗସାଥୀ ଦେଖି ବେଶ୍‌ ଖୁସି ଥିବା କହିଛନ୍ତି।

୨ ବର୍ଷ ପରେ ଖୋଲିଥିବାରୁ ସ୍କୁଲ୍‌ରେ କ୍ଲାସରୁମ୍‌ଗୁଡ଼ିକୁ ସଫା ସୁତୁରା କରାଯିବା ସହିତ ସାନିଟାଇଜ୍ କରାଯାଇଛି । ହଷ୍ଟେଲ ଥିବା ବିଦ୍ୟାଳୟରେ ପିଲାମାନେ ଗତକାଲିଠାରୁ ସ୍କୁଲ୍‌ରେ ପହଞ୍ଚି ସାରିଛନ୍ତି । ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଯେଉଁ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ରାଜି ନ ହେବେ ସେମାନଙ୍କ ପାଇଁ ଅନଲାଇନ୍‌ ପାଠପଢ଼ା ଓ ପରୀକ୍ଷା ବ୍ୟବସ୍ଥା ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ।

The post ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ; ନାଚ, ଗୀତରେ ମସଗୁଲ କୁନି କୁନି ପିଲା appeared first on Odisha Reporter.



from Odisha Reporter https://ift.tt/BnXypZf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages