ୟୁକ୍ରେନରେ ଫସି ରହିଛନ୍ତି ବହୁ ଓଡ଼ିଆ, ସୁରକ୍ଷିତ ଉଦ୍ଧାର ଲାଗି ଗୁହାରୀ କଲେ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 24, 2022

ୟୁକ୍ରେନରେ ଫସି ରହିଛନ୍ତି ବହୁ ଓଡ଼ିଆ, ସୁରକ୍ଷିତ ଉଦ୍ଧାର ଲାଗି ଗୁହାରୀ କଲେ ପରିବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁଷର ଆକ୍ରମଣ ଯୋଗୁ ସାଂଘାତିକ ହେବାରେ ଲାଗିଛି ୟୁକ୍ରେନ ସ୍ଥିତି। ଏପରିକି ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା କରିବା ପରଠୁ ନିଜ ବାୟୁସୀମାକୁ ବନ୍ଦ କରିଦେଇଛି ୟୁକ୍ରେନ। ଫଳରେ ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି ଭାରତ ସରକାର।  ୟୁକ୍ରେନର ବାୟୁସୀମା ବନ୍ଦ ହେବା ପରେ ନିଜ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଛି ଭାରତ । ସେମାନଙ୍କ ମଧ୍ୟରେ ବହୁ ଓଡ଼ିଆ ବି ଫସି ରହିଥିବା ବେଳେ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି ସେମାନଙ୍କ ପରିବାର ଲୋକ ।

ୟୁକ୍ରେନ୍‌ ସ୍ଥିତି ଗମ୍ଭୀର ଥିବା ସତ୍ତ୍ୱେ ସେଠାରେ ଫସି ରହିଥିବା ସମସ୍ତ  ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।  ଏଥିନିମନ୍ତେ ସମସ୍ତ ଯୋଜନା ପ୍ରସ୍ତୁତ କରି ସାରିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅଣାଯିବ । ଏହାବାଦ ରୋମାନିଆ ଓ ସ୍ଲୋଭାକିଆ ଦେଇ ମଧ୍ୟ ଭାରତୀୟମାନେ ଦେଶକୁ ଫେରିବେ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ।

ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଝାରସୁଗୁ଼ଡା ଜିଲ୍ଲାର କେବଳ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଏହାବାଦ ମୟୂରଭଂଜ ଜିଲ୍ଲା କରଂଜିଆର ଯୁବକ ପଙ୍କଜ କୁମାର ମହାନ୍ତ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ରେତଙ୍ଗର ଡି. ଅଲିଶା କୁମାରୀ, କୁଚିଣ୍ଡାର ଡାକ୍ତରୀ ଛାତ୍ରୀ ୟୁରିକା ଚୌଧୁରୀ ଏବେ ୟୁକ୍ରେନରେ ଫସି ରହିଥିବା ବେଳେ ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଗୁହାରି କରୁଛନ୍ତି ପରିବାର ଲୋକ ।

ମୟୂରଭଂଜ ଜିଲ୍ଲା କରଂଜିଆର ଯୁବକ ପଙ୍କଜ କୁମାର ମହାନ୍ତ ୟୁକ୍ରେନର ଖାରକିଭ୍ ମେଡିକାଲ କଲେଜର ପଞ୍ଚମ ବର୍ଷ ଛାତ୍ର  । ରୁଷ-ୟୁକ୍ରେନ ମଧ୍ୟରେ ୟୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ  ସେ ଏବେ ୟୁକ୍ରେନରେ ଫସିରହିଛନ୍ତି। ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ରାଜ୍ୟ  ଓ କେନ୍ଦ୍ରସରକାରଙ୍କୁ ଅପିଲ କରିଛନ୍ତି ପରିବାର ଲୋକ।

ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ରେତଙ୍ଗର ଡି. ଅଲିଶା କୁମାରୀ ବି ବର୍ତ୍ତମାନରେ ୟୁକ୍ରେନରେ ଅଛନ୍ତି । ୬ ବର୍ଷ ଡାକ୍ତରୀ ପାଠ୍ୟକ୍ରମ ମଧ୍ୟରୁ ସେ ୪ ବର୍ଷ ପୂରଣ କରିସାରିଛନ୍ତି । ଝିଅଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବାପା-ମାଆ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଏହାବାଦ କୁଚିଣ୍ଡାର ଡାକ୍ତରୀ ଛାତ୍ରୀ ୟୁରିକା ଚୌଧୁରୀ ୟୁକ୍ରେନରେ ଥିବା ବେଳେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ସେଠାରେ ଧିରେ ଧିରେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ୟୁରିକା ଭିଡିଓ କଲ୍ ମାଧ୍ୟମରେ ପରିବାରକୁ ଜଣାଇଛନ୍ତି । ଝାରସୁଗୁ଼ଡା ଜିଲ୍ଲାର ମଧ୍ୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଛନ୍ତି  ।

ସୂଚନାଯୋଗ୍ୟ, ରୁଷ ଓ ଯୁକ୍ରେନ ମଧ୍ୟରେ ସମ୍ପର୍କ ବିଗିଡ଼ିବା ପରଠୁ  ୪୨ ଜଣ ଛାତ୍ରୀଛାତ୍ରୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରାଯାଇଛି। ଏକ ଏୟାର ଇଣ୍ଡିଆ ବିମାନ  ଯୋଗେ ସେମାନଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରାଯାଇଛି। ହେଲେ ୟୁକ୍ରେନ ନିଜ ବାୟୁସୀମାକୁ ବନ୍ଦ କରିଦେବା ପରେ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର ଲାଗି ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରି ଆସିଛି । 

The post ୟୁକ୍ରେନରେ ଫସି ରହିଛନ୍ତି ବହୁ ଓଡ଼ିଆ, ସୁରକ୍ଷିତ ଉଦ୍ଧାର ଲାଗି ଗୁହାରୀ କଲେ ପରିବାର appeared first on Odisha Reporter.



from Odisha Reporter https://ift.tt/CstNHAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages