ଯୁଦ୍ଧ ଭିତରେ କ୍ରାଶ କରିଗଲା ରୁଷ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 24, 2022

ଯୁଦ୍ଧ ଭିତରେ କ୍ରାଶ କରିଗଲା ରୁଷ ବିମାନ

ମସ୍କୋ: ଗୋଟିଏ ପଟେ ୟୁକ୍ରେନ ସହ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ରୁଷର ଗୋଟିଏ ପରିବହନ ବିମାନ କ୍ରାଶ କରି ଯାଇଛି। ଯୁଦ୍ଧ ପାଇଁ ସାମଗ୍ରୀ ନେଇ ଯାଉଥିବା ଅଣ୍ଟୋନୋଭ ଏଏନ-୨୬ ପରିବହନ ବିମାନଟି ରୁଷର ଦକ୍ଷିଣ ପ୍ରାନ୍ତରେ ଥିବା ଭୋରୋନେଝ ଅଞ୍ଚଳରେ କ୍ରାଶ ହୋଇଯାଇଥିବା ଖବର ମିଳିଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ଫଳରେ  ଏଥିରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ରୁଷ ପକ୍ଷରୁ ଘଟଣା ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ଦିଆଯାଇ ନାହିଁ। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ କେବଳ ଗୋଟିଏ ବିବୃତିରେ ସେନାର ପରିବହନ ବିମାନ ଉଡ଼ାଣ ବେଳେ କ୍ରାଶ କରିଯାଇଥିବା କହିଛି। ଏଥିରେ କେତେ ଜଣ କ୍ରୁ ସଦସ୍ୟ ଥିଲେ ସେ ବିଷୟରେ ବି ମନ୍ତ୍ରଣାଳୟ ସୂଚନା ଦେଇନାହିଁ।

ମନ୍ତ୍ରଣାଳୟ ମୁଖପାତ୍ର ବୈଷୟିକ ତ୍ରୁଟି ଯୋଗୁ ବିମାନଟି କ୍ରାଶ କରି ଯାଇଥିବା ସ୍ୱୀକାର କରିଛନ୍ତି। ହେଲେ ଏହାଦ୍ୱାରା ଗ୍ରାଉଣ୍ଡରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ଓ ସବୁ କିଛି ସ୍ୱାଭାବିକ ଥିବା କହିଛନ୍ତି।

ସାଧାରଣତଃ ଏଏନ-୨୬ ପରିବହନ ବିମାନରେ ୬ ଜଣ କ୍ରୁ ସଦସ୍ୟ ଓ ୩୨ ଜଣ ଯବାନ ଯାଇପାରିବାର ବ୍ୟବସ୍ଥା ରହିଛି। ବିଶେଷଜ୍ଞଙ୍କ ମତରେ କ୍ରାଶ ହୋଇଥିବା ରୁଷୀୟ ବିମାନରେ ୬ ଜଣ କ୍ରୁ ସଦସ୍ୟଙ୍କ ସହ କିଛି ଯବାନ ମଧ୍ୟ ଥିଲେ। ହେଲେ ଏହାକୁ ମସ୍କୋ ଲୁଚାଇବାକୁ ଚାହୁଁଛି।

ଗତକାଲି ୟୁକ୍ରେନର ଗୋଟିଏ ପରିବହନ ବିମାନ କ୍ରାଶ ହୋଇଯାଇଥିଲା। ଏଥିରେ ୧୮ ଜଣ ଯବାନ ଥିଲେ। ଦୁର୍ଘଟଣାରେ ସମସ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମସୀମାରେ ପହଞ୍ଚିଥିବା ବେଳେ ଏପରି ବିମାନ କ୍ରାଶ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।

The post ଯୁଦ୍ଧ ଭିତରେ କ୍ରାଶ କରିଗଲା ରୁଷ ବିମାନ appeared first on Odisha Reporter.



from Odisha Reporter https://ift.tt/WInoxrm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages