ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ ରଖାଯାଇଛି। ଏ ନେଇ ଉତ୍ତର ଶିମିଳିପାଳର ଡେପୁଟି ଡ଼ାଇରେକ୍ଟର ସାଇ କିରଣ ଡି.ଏନ ଟୁଇଟ କରି ସୂଚନା ଦେଇଛନ୍ତି ।
ଆଜି ସକାଳୁ ସକାଳୁ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜାଗାରେ ପ୍ରବଳ ବର୍ଷା ଲାଗି ରହିଛି । ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଛେଚୁଛି ବର୍ଷା । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କେବଳ ଆଜି ଦିନକ ପାଇଁ ବନ୍ଦ ହୋଇଛି ଶିମିଳିପାଳ ଅଭୟାରଣ୍ୟ।
ଏହାବାଦ ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ଆଜି ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ତେବେ ଆସନ୍ତାକାଲିଠୁ ପାଗ ଶୁଖିଲା ରହିବା ସହ ପୁଣି ସର୍ବନିମ୍ନ ତାପମାତ୍ରା କମିବା ସମ୍ଭାବନା ରହିଛି । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ତାପମାତ୍ରା ବୋଲି କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ ।
The post ପଶ୍ଚିମା ଝଡ଼ ଯୋଗୁ ଉତ୍ତର ଓଡ଼ିଶାରେ ଛେଚୁଛି, ବନ୍ଦ ହେଲା ଶିମିଳିପାଳ appeared first on Odisha Reporter.
from Odisha Reporter https://ift.tt/ZPidzHk
No comments:
Post a Comment